ଚାରଗୋଠ ବିଦୟାଳୟରେ ଚାରାରୋପଣ

Spread the love

ଧର୍ମଶାଳା :୧୦ /୮(ସନ୍ଧାନ ନିଉଜ): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚାରଗୋଠ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପକ୍ଷରୁ ଚାରାରୋପଣ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଷରରେ ଅନେକ ଗୁଡିଏ ଫୁଲ ଓ ଫଳଗଛର ଚାରା ରୋପଣ କରାଯାଇଥିଲା । ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାହ୍ୁ ଚରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଉକ୍ତ ସଭାରେ ଜେନାପୁର ଥାନାର ଭରପ୍ରାପ୍ତ ଅଧିକାରୀ ଶୁସାନ୍ତ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନବ ସମାଜ ପାଇଁ ବୃକ୍ଷର ଭୁମିକା ଯେ ଗୁରୁର୍ୱପୁର୍ଣ୍ଣ ତାହ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଅଭିଭାବକ ଓ ଉପସ୍ଥିତ ସାଧାରଣ ଜନତାଙ୍କୁ ସନ୍ୱୋଧିତ କରି କହିଥିଲେ । ଅନ୍ୟତମ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଗିରିଧାରୀ ଜେନା, ଉଦôୟମାନ ସ୍ୱେସôାସେବୀ ସଙ୍ଗଠନର ଉପ ସଭାପତି ପ୍ରକାଶ ନାୟକ, ସମ୍ପାଦକ ଅନିଲ କୁମାର ଦାସ , ସାମ୍ବାଦିକ ବସନ୍ତ କୁମାର ନାୟକ, ଅଶୋକ କୁମାର ଦାସ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସହାୟକ ଶିକ୍ଷକ ମହେଶ ମଲିକ, ଚିତ୍ତରଂଜନ ଦେଓ, ଦିଲିପ ବଳ, ରଂଜିତା ଓଝା, ସୁଜାତା ରାଉତ, ବୃନ୍ଦାବନ ପ୍ରଧାନ ଓ ପରିଚାଳନା କମିଟିର ଅଧ୍ୟକ୍ଷ କାର୍ତ୍ତୀକ ମଲିକ,ଅଭିନ୍ନ ମଳିକ, ରୋହିତ ଜେନା ଓ ସଭ୍ୟସଭ୍ୟା ମାନେ ଯୋଗଦେଇ ବୃକ୍ଷ ରୋପଣ କରିବାରେ ସାହାୟତା କରିଥିଲେ । ଏହି ଅବସରରେ ଆମ୍ବ, ପିଜୁଳୀ, ବଉଳ, ଲେମ୍ବୁ, କରବୀର ଓ ଫୁଲଗଛ ମାନ ଲଗାଯାଇ ବାଡବନ୍ଦୀ କରାଯାଇଥିଲା ।

Related Posts

About The Author

Add Comment