ନୂଆଦିଲ୍ଲୀ, ୧୭/୦୩/୨୦୨୨ (ସନ୍ଧାନ ନିଉଜ) : ଭାରତରେ କରୋନା ମହାମାରୀ ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ତେବେ ବିଶ୍ୱର ବିଭିନ୍ନ ଦେଶରୁ କରୋନା ମହାମାରୀକୁ ନେଇ ଚିନ୍ତା ଜନକ ଖବର ଆସିବାକୁ ଲାଗିଲାଣି । ପଡୋଶୀ ଚାଇନାରେ ସଂକ୍ରମଣ ତିବ୍ର ଗତିରେ ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ଭାରତ ସରକାର ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି। ଚାଇନାରେ ୨୦୨୦ ପରେ ସର୍ବାଧିକ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଚାଇନାରେ ଗତ କିଛି ଦିନ ହେବ ଦୈନିକ ତିନି ହଜାରରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଚାଇନା ବ୍ୟତିତ ଦକ୍ଷିଣ କୋରିଆ, ଆଫ୍ରୀକା ଏବଂ ଇଉରୋପୀୟ ଦେଶ ଗୁଡ଼ିକରେ ମଧ୍ୟ କରୋନା ମାମଲା ବୃଦ୍ଧି ପାଇଛି । ଭାରତୀୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ଏଥିରେ ସେ ଅଧିକାରୀ ମାନଙ୍କୁ ସର୍ଭିଲାନ୍ସ ଏବଂ ଜିନୋମ ସିକ୍ୟୁଏନ୍ସି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଇନାରେ ଏକ ନୂଆ ଲହର ସହିତ ସଂକ୍ରମଣ ବଢୁଥିବା ବେଳେ ଇସ୍ରାଏଲ୍ରେ ଏବେ ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ଏହି ନୂଆ ପ୍ରକାରଟି ଦୁଇଟି ଓମିକ୍ରନ୍ ପ୍ରକାରର ମିଶ୍ରଣରୁ ସୃଷ୍ଟି ହୋଇଛି । ତେବେ ଏହି ନୂଆ ପ୍ରକାରର କରୋନା ଭାରିଆଣ୍ଟର ପ୍ରତିକାର କିମ୍ବା ମୁକାବିଲା ବିଷୟରେ କୌଣସି ସୂଚନା ମିଳିନାହିଁ । ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା । ଏହା ତିବ୍ର ଗତିରେ ବିସ୍ତାର କରିପାରେ । କିନ୍ତୁ ଡେଲ୍ଟା ଭାରିଆଣ୍ଟ ତୁଳନାରେ ଏଥିରେ ମୃତ୍ୟୁ ହାର କମ୍ ରହିଥିଲା । ବର୍ତ୍ତମାନ ଓମିକ୍ରନ୍ର ଦୁଇଟି ଭାରିଆଣ୍ଟର ମିଶ୍ରଣରେ ସଷ୍ଟି ହୋଇଥିବା ନୂଆ ଭାରିଆଣ୍ଟ କେତେ ବିଦଜ୍ଜ୍ୱନକ ଏବଂ ଏହାକୁ ରୋକିବାକରେ କରୋନା ବିରୋଧୀ ଟିକା କେତେ ପ୍ରଭାବି ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ ।
ଚାଇନାରେ ବେକାବୁ ହେଉଛି କରୋନା, ଇସ୍ରାଏଲରେ ମିଳିଲା ଓମିକ୍ରନ୍ର ଦୁଇଟି ଷ୍ଟ୍ରେନ୍ର ମିଶ୍ରିତ ରୂପ
|
March 17, 2022 |



