ଚାଇଁପୁର ପଞ୍ଚାୟତ ରେ  ଅପୂର୍ବ ଦୃଶ୍ୟ

Spread the love

ବାରିପଦା , ୩/୯/୨୦ (ସନ୍ଧାନ ନିଉଜ) :- ପୁରୀ ଜିଲ୍ଲା ଡେଲାଙ୍ଗ ଵ୍ଲକ୍ ଚାଇଁପୁର ପଞ୍ଚାୟତ ରେ ଏକ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି ସେଠାକାର ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ର ଲୋକସେବା ଦେଖି ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥିଲା। ଲୋକମାନଙ୍କ ଘରଘର ବୁଲି ସଚେତନ କରିବା ସହିତ ଲୋକମାନଙ୍କୁ ସୁଖିଲା ଖାଦ୍ୟ ଦେଵା ସହିତ ସେମାନଙ୍କୁ କିଭଳି ଭାବେ ଥଇଥାନ କରାଯିଵ ଗଭୀର ପାଣିରୁ ସେ ନିଜେ ଓଦାହୋଇ ଡ଼ଙ୍ଗା ସାହାଯ୍ୟରେ ଲୋକମାନଙ୍କୁ ଉଦ୍ଧାର କରି ଚାଇଁପୁର ପଞ୍ଚାୟତ ଅଫିସ ରେ ଥଇଥାନ କରି ସେମାନଙ୍କୁ ଜଳ କୁ ଏବଂ ବନ୍ୟା କୁ ନଡ଼ରିବା ପାଇଁ ଅଭୟ ଵାଣୀ ଦଉଥିଲେ।ଅଣ୍ଟାଏ ପାଣିରେ ଵୁଲିଵୁଲି ଲୋକମାନଙ୍କ ର ଦୁଖଃ ସୁଖ ବୁଝୁଥିଲେ। ଏବେ ବି ସେ ପଞ୍ଚାୟତ ର ବହୁ ଘରଦ୍ବାର ବନ୍ୟା ଜଳରେ ବୁଡ଼ି ରହିଛି। ଦିନରାତି ଏକକାର କରି ନିଜର ପରିବାର ବର୍ଗ କୁ ପଛରେ ପକାଇ ମାନବ ସେବା କୁ ମାଧବ ସେବା ରୂପରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା ଲୋକମାନଙ୍କ ସେବା କରୁଛନ୍ତି। କୈଣସି ପ୍ରଶାସନ ର ରିଲିଫ କୁ ଖାତିର ନକରି ସେ ନିଜେ ଲୋକମାନଙ୍କ ପାଖରେ ମିଶିପାରିଛନ୍ତି କାନ୍ଧକୁ କାନ୍ଧ ମିଳାଇ ଲୋକମାନଙ୍କ ସେବା କରୁଛନ୍ତି।ଏଭଳି ସେବା କରିବା ସରପଞ୍ଚ ଓଡ଼ିଶାରେ ବୋଧେ ପ୍ରଥମ। ସେ ଏବଂ ଗ୍ରାମବାସୀ ମାନେ ଏବେ ବି ଜଳ ବନ୍ଦିରେ ରହିଛନ୍ତି। ତେଣୁ ସେମାନେ ସରକାରଙ୍କୁ  କ୍ରାଇମ୍ ଲାଇଭ୍ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି ଯେତେ ଶିଘ୍ର ଜଳବନ୍ଦୀ ରେ ଥିବା ଲୋକମାନଙ୍କୁ ରିଲିଫ ଜିନିଷ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେଠାକାର ମେଲଣ ସାହି, ଚଇଁପୁର,ଅର୍ଥରିଟି,ସଢ଼ଙ୍ଗୀ ସାହି ଏବଂ ବହୁଗ୍ରାମର ଲୋକ ଏଵେ ବି ପାଣି ଘେରରେ ରହିଛନ୍ତି। ଏହାଦ୍ବାରା ଚଇଁପୁର ପଞ୍ଚାୟତ ରେ ଆଗକୁ ମରୁଡି ହେବାର ସମ୍ଭାବନା ଅଛି।

Related Posts

About The Author

Add Comment