ଚ଼ଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

Spread the love

ଯାଜପୁର, ୩୦/୩ (ସନ୍ଧାନ ନିୟୁଜ) ଆଜି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଜନ୍ ବେହେରା, ଉପ ସଭାପତି ଭାବେ ନିରଞ୍ଜନ ସାମଲ, ସମ୍ପାଦକ ଭାବେ ଉଦୟନାଥ ସାହୁ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଭାବେ ରାମଚନ୍ଦ୍ର ତ୍ରିପାଠୀ ଓ କୋଷାଧକ୍ଷ ଭାବେ ସୁବ୍ରତ କୁମାର ସ୍ଵାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ! ସେହିଭଳି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଚିନ୍ମୟ କୁମାର ପ୍ରତାପ, ବେବିନା ଓଝା, ବବିତା ମିଶ୍ର, ସୁଢ଼ଳ କବି, ଦୀନବନ୍ଧୁ ନାୟକ ଓ ସୁରେଶ ଚନ୍ଦ୍ର ସାହାଣୀ ମୋଟ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତିଦ୍ୱନ୍ଦିତା କରି ବିଜୟ ଲାଭ କରିଛନ୍ତି ! ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ବଳ ଓ ସହ ନିର୍ବାଚନ ଅଧିକାରୀ ଗୋପାଳ ଚ଼ନ୍ଦ୍ର ପଣ୍ଡା ନିର୍ବାଚନ ଫଳାଫଳ ଘୋଷଣା କରିଛନ୍ତି |

Related Posts

About The Author

Add Comment