ବାରିପଦା, 03.12.2020 (ଲିଙ୍ଗରାଜ ପଣ୍ଡା); ବାରିପଦା ପୌରପାଳିକାରେ ବେପାର କରୁଥିବା ଅଣଲାଇସେନ୍ସପ୍ରାପ୍ତ ତଥା ବିଭିନ୍ନ କ୍ଷୁଦ୍ରାଉଠା ବେପାରୀଙ୍କଠାରୁ ମହାସୁଲ(ହାଟ ଦାଣ୍ଡିଆ) ଆଦାୟ ନିମନ୍ତେ ସରିଯାଇଛି ଟେଣ୍ଡର କାର୍ଯ୍ୟକାଳ ଏହାର ଅର୍ଥ ଏହି ମହାସୁଲ ଆଦାୟ ଦାୟିତ୍ବରେ ଥିବା ସଂପୃକ୍ତ ଠିକାଦାର ଆଉ ବେପାରୀଙ୍କଠାରୁ ଏହି ଅର୍ଥ ଆଦାୟ କରିପାରିବେ ନାହିଁ ବାରିପଦା ପୌରପାଳିକାର କର୍ମଚାରୀ କରିବେ ଆଦାୟ ସରକାରୀ ତହବିଲକୁ ଯିବା ଏହି ରାଜସ୍ ଏହା ହେଉଛି ନିୟମା। ମାତ୍ର ବାରିପଦା ପୌରପାଳିକାରେ କିନ୍ତୁ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି ସେପ୍ଟେମ୍ବର ମାସରୁ ମହାସୁଲ ଆଦାୟ କରିବାର ସମୟସୀମା ସରିଯାଇଥିଲେ ମଧ୍ୟ ବିନା କୌଣସି ଟେଣ୍ଡର, ବିନା କୌଣସି ବୈଧ ସରକାରୀ ଅନୁମତିରେ ଅକ୍ଟୋବର ଏବଂ ନଭେମ୍ବର ମାସ ପାଇଁ ଆଦାୟ ହୋଇଗଲା ଲକ୍ଷ ଲକ୍ଷ ଟଙ୍କା ମାତ୍ର ଏହି ଅର୍ଥ କୌଣସି ସରକାରୀ ରାଜକୋଷକୁ ଗଲାନି। ଓଲଟି ନିରୀହ କ୍ଷୁଦ୍ର ବେପାରୀଙ୍କଠାରୁ ଆଦାୟ କରାଯାଇଥିବା ଏହି ଅର୍ଥ ଠିକାଦାର ଏବଂ ବାରିପଦା ପୌରପାଳିକାର କିଛି ନିର୍ଦ୍ଦିଷ୍ଟ ବରିଷ୍ଠ କର୍ମଚାରୀଙ୍କ ପକେଟ୍ ଗରମ କଲା ନିର୍ବାଚିତ ଜନପ୍ରତିନିଧିଙ୍କ ଅନୁପସ୍ଥିତିରେ ଖୋଦ ଜିଲ୍ଲାପାଳ ବର୍ଷମାନ ପୌରପାଳିକାର ପ୍ରଶାସକ ଅଛନ୍ତି ସେହିପରି ବାରିପଦା ଉପଜିଲ୍ଲାପାଳ ପୌରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ବରେ ଅଛନ୍ତି ମାତ୍ର ଜିଲ୍ଲାର ଦୁଇ ମୁଖିଆଙ୍କ ଉପସ୍ଥିତି ସଙ୍ଗେ ଠିକାଦାର ଏବଂ କର୍ମଚାରୀଙ୍କ ଅସାଧୁ ମେଣ୍ଟ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଚଳୁ କରିଦେବା ବାରିପଦାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଉଲ୍ଲେଖଯୋଗ୍ୟ, ବାରିପଦାର ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଏହି ପୌରପାଳିକା ଅଧhନରେ ବେପାର କରୁଥିବା ବିଭିନ୍ନ(ପରିବା, ମାଛ, ମାଂସ ଇତ୍ୟାଦି) ଉଠା ଦୋକାନୀଙ୍କଠାରୁ ହାଟ ହାଣ୍ଡିଆ(ମହାସୁଲ) ଆଦାୟ ନିମନ୍ତେ ଟେଣ୍ଡର ନେଇଥିଲେ। ତେବେ କରୋନା କାରଣରୁ ହୋଇଥିବା ସଟଡାଉନ ଏବଂ ଲଡାଉନ କାରଣରୁ ଏହି ଟେଣ୍ଡରର ସମୟସୀମା ଆହୁରି ଦୁଇମାସକୁ ବୃଦ୍ଧି କରାଯାଇଥିଲା। ତେବେ ଯେବେଠାରୁ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି, ସେବେଠାରୁ ବେପାରୀମାନେ ମହାସୁଲ ଦେଉଥିବା ପ୍ରକାଶ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ଥିଲା ଏହି ଟେଣ୍ଡରର ଅନ୍ତିମ ମାସା ମାତ୍ର ବାରିପଦା ପୌରପାଳିକାର କିଛି ନିଦ୍ଧିଷ୍ଟ ବରିଷ୍ଠ କର୍ମଚାରୀଙ୍କୁ ହାତ କରି ଏହି ଠିକା ସଂସ୍ଥା ଅକ୍ଟୋବର ଓ ନଭେମ୍ବର ମାସରେ ମଧ୍ୟ ମହାସୁଲ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗତ ଦୁଇ ମାସରେ ମହାସୁଲ ବାବଦକୁ ଆଦାୟ ହୋଇଥିବା ପ୍ରାୟ ୭ ଲକ୍ଷ ସରିକି ଟଙ୍କାରୁ ସରକାରୀ ରାଜକୋଷକୁ ଟଙ୍କାଟିଏ ମଧ୍ୟ ଯାଇନାହିଁ। ଯାହାକି ସମସ୍ତଙ୍କୁ ଆଚମ୍ବିତ କରିଛି। ଆଦାୟ ଏହି ଅର୍ଥକୁ ଠିକାଦାର ଏବଂ କର୍ମଚାରୀଙ୍କ ମଧ୍ୟରେ ଭଗାବଣ୍ଟା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବାରିପଦା ପୌରପାଳିକାର ଟ୍ୟାକ୍ସ ଦାରୋଗା ଦାୟିତ୍ବରେ ଥିବା କାର୍ଯ୍ୟାଳୟର ବଡ଼ବାବୁ ନୀଳକଣ୍ଠ ଦାସ କିନ୍ତୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି କିପରି ଏବଂ କେଉଁ ନିୟମ ଆଧାରରେ ଏପରି ବେଆଇନ ମହାସୁଲ ଆଦାୟ ହେଉଥିଲା ସେନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେବେ ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଅନେଷା ରେସ୍ତ୍ରୀ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ନେଇ ସୂଚନା ଦେଇଛନ୍ତି । ‘କମଲ ତୋଷିଆଲ’ ରସିଦ୍ରେ ବେପାରୀଙ୍କଠାରୁ ଏଯାବତ ମହାସୁଲ ଆଦାୟ ଜାରି ରହିଥିବା କଚେରି ବଜାର ଡେଲି ମାର୍କେଟରେ ପରିବା ବେପାର କରୁଥିବା ଜଣେ ବ୍ୟବସାୟୀ ପ୍ରକାଶ କରିଛନ୍ତି। । ବାରିପଦା ପୌରପାଳିକାରେ ବେପାର କରୁଥିବା ଅଣଲାଇସେନ୍ସପ୍ରାପ୍ତ ତଥା ବିଭିନ୍ନ କ୍ଷୁଦ୍ର ବେପାରୀଙ୍କ ଠାରୁ ମହାସୁଲି(ଦାଣ୍ଡିଆ) ଆଦାୟ ନିମନ୍ତେ ବର୍ଷିକିଆ ଟେଣ୍ଡର ହୋଇଥାଏ ୨୦୧୭-୧୮ ପୂର୍ବରୁ ଏହାର ଦର ୧୫ ଲକ୍ଷ ଭିତରେ ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୌରପାଳିକା ପକ୍ଷର ୨୫ ଲକ୍ଷ ଟଙ୍କା ଦର ଧାର୍ଯ୍ୟ କରାଯାଇଥିଲା । ଯାହାକି ଗତବର୍ଷ ଏହା ୨୬ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଦୋକାନୀଙ୍କଠାରୁ କେତେ ମହାସୁଲ ଆଦାୟ କରାଯିବ ସେନେଇ ପୌରପାଳିକାର ସିଡ୍ୟୁଲ୍ ରେଟ୍ ଧାର୍ଯ୍ୟ କରାଯାଇଛି! ଏହି ରେକୁ ବିଭିନ୍ନ ବଜାର, ସର୍ବସାଧାରଣ ସ୍ଥାନ ଆଦିରେ ଲଗାଇବାର ନିୟମ ରହିଛି। ମାତ୍ର ଠିକା ନେଉଥିବା ବ୍ୟକ୍ତିବିଶେଷଙ୍କୁ ମୁନାଫା ଯୋଗାଇବା ଉଦେଶ୍ୟରେ ଏହି ଦରକୁ ଲଗାଯାଉନାହିଁ। ଏହାକୁ ଲୁଚେଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରିକି ଏହି ଚଳିତ ଆର୍ଥିକ ବର୍ଷରେ ଏହି ଟେଣ୍ଡର ନିମନ୍ତେ ୩ଥର ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଆଉ କୌଣସି ପାଟି ଆଗ୍ରହ ପ୍ରକାଶ ନକରିବା ପଛରେ ମଧ୍ୟ ଏକ ସୁଚିନ୍ତିତ ରାକେଟ କାମ କରୁଥିବା ଜଣାପଡ଼ିଛି ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।