ଚଳିତ ସଂଖ୍ୟାରେ ପଚାରାଯାଇଥିବା ଫୋନ ଇନ୍ ମତାମତ ନିର୍ବାଚନ ପରୀପ୍ରେକ୍ଷୀରେ ମଦ ସମ୍ପୁଣ୍ଣ ଭାବେ ବନ୍ଦ ହେବା ଆବଶ୍ୟକକି । ଏଥିପାଇଁ ପୋଲିସ ପ୍ରଶାସନ ସଠିକ୍ କାର୍ଯ୍ୟ କରୁଛନ୍ତି କି?

Spread the love

ମଦ ସମଗ୍ର ସମାଜ ପାଇଁ ଏକ ମାରତ୍ମକ ବ୍ୟାଧି । ଏହାକୁ ଖାଲି ନିର୍ବାଚନ ସମୟରେ ବନ୍ଦ କରିବା କଥା ନୁହେଁ । ବରଂ ସବୁ ସମୟରେ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେବା ଅବଶ୍ୟକ । ସରକାରୀର କାର୍ଯ୍ୟ କରୁଥିବା ଅବକାରୀ ବିଭାଗ ଏବଂ ପୋଲିସ ବିଭାଗ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ନିର୍ବାଚନ ସମୟରେ ବି ଏହା ପ୍ରଚୁର ଭାବରେ ବିକ୍ରି କରାଯାଉଛି । ଅନେକ ଚୋରା ମଦ ନିଜର ଘରେ ଏବଂ ଦୋକାନ କରି ବିକ୍ରି କରୁଛନ୍ତି । ଅବକାରୀ ବିଭାଗର ଏବଂ ପୋଲିସକୁ ପ୍ରତି ମାସରେ କିଛି ଅର୍ଥ ଦେଇ ସେମାନେ ଅନାୟସରେ ଏସବୁ ବିକି୍ର କରୁଛନ୍ତି । ଏହି ମଦ ପିଇ ନିର୍ବାଚନରେ ଅନେକ ଆତଙ୍କୀ ଘଟଣା ଘଟିବାର ସମ୍ଭାବନା ରହିଛି । ଚଳତ ବର୍ଷ ବିଜେପି ଏବଂ ବିଜେଡି ସହିତ କଂଗ୍ରେସର କଢ଼ା ମୁକାବିଲା ହେବାକୁ ଯାଉଥିବା ବେଳେ ମଦ ପାଇଁ ଅନେକ ସ୍ଥାନରେ କଳି ଝଗଡା ଏବଂ ହତ୍ୟା ଭଳି ଘଟଣା ଘଟିବାର ସମ୍ଭାବନା ଦେଖାଦେଇଛି । ଯଦି ପ୍ରଶାସନ ଏବେଠାରୁ ଏଥିପ୍ରତି ସଜାଗ ହୋଇ ଏହାର ସମ୍ପୁର୍ଣ୍ଣ ବନ୍ଦ କରିବା ଏବଂ ମଦ ପିଇ କଳି ଝଗଡା କରୁଥିବା ଏବଂ ୱରେଂଟି ରହିଥିବା ଲୋକଙ୍କ ନଧରି ତେବେ ନିର୍ବାଚନରେ ଅନେକ ଘଟଣା ଘଟିବା ଯାହା ପାଇଁ ସରାକର ଦାୟୀ ରହିବ ।
ହିମାଂଶୁ
ବ୍ରହ୍ମବରଦା, ଯାଜପୁର

Related Posts

About The Author

Add Comment