ଚଳିତ ବର୍ଷ ର ବର୍ଷା ରେ ଘର ଭାଙ୍ଗିଲା ପ୍ରଶାସନ ର ନଜର ପଡୁନି l

Spread the love

ସୁନ୍ଦରଗଡ଼ ତା:0୫-୧୧-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଚଳିତ ବର୍ଷ ର ବର୍ଷା ରେ ସବଡେଗା ବ୍ଲକ ହମିର ପୁର ଗ୍ରାମ ପଞ୍ଚାୟତ ଗୋପପୁର ଗ୍ରାମ ର ଅଜିତ କମାର ଙ୍କ ମାଟି ଘର ଭାଙ୍ଗି ଧସି ଯାଇଥିବା ବେଳେ ଏ ଘର ପ୍ରତି ପ୍ରଶାସନ ର କାହାରି ନଜର ପଡି ନ ଥିବା ଜାଣିବାକୁ ମିଳିଛି l ଗ୍ରାମ ବାସି ଜନ ସାଧାରଣ ଙ୍କ ସୂଚନା ଅନୁସାରେ ଅଜିତ କମାର ଜଣେ ଗରିବ ପରିବାର ଜୀବନ ଯାପନ କରୁଥିବା ବେଳେ ସେ ଦୁଇ ବଖରା ମାଟି ଘର ଟିଏ କରି ସେଠାରେ ବସ ବାସ କରନ୍ତି l ତାଙ୍କ ସାଙ୍ଗ ରେ ତାଙ୍କର ପରିବାର ଓ ତାଙ୍କର ଭାଇ ରହନ୍ତି l ଚଳିତ ବର୍ଷ ର ବର୍ଷା ରେ ତାଙ୍କର ମାଟି ଘର ଟି ଭାଙ୍ଗି ଧସି ଯିବାରୁ ସେ ଅଧା ଭଙ୍ଗା ରୁଜା ହୋଇ ଥିବା ଘରେ ରହୁଥିବା ସୂଚନା ମିଳିଛି l ଯାହାର ଘର ଭାଙ୍ଗିଲା ତାଙ୍କୁ ପ୍ରଶାସନ ତରଫରୁ ପ୍ଲାଷ୍ଟିକ ଦରି ଦେଇ ପ୍ରଶାସନ ଲୋକ ଙ୍କ ମନ ଜିତି ଥିବା ବେଳେ ଅଜିତ କମାର ଙ୍କ ଘର ଭାଙ୍ଗି ଧସି ଯିବା ବେଳେ ତାଙ୍କୁ ପ୍ରଶାସନ ଅଣଦେଖା କରି ପ୍ଲାଷ୍ଟିକ ଦରି ଟିଏ ହେଲେ ଦେଇ ନ ଥିବା ସୂଚନା ମିଳିଛି l ଅତି ଶୀଘ୍ର ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ଟିଏ ମିଳିଲେ ଭଲ ହୁଅନ୍ତା ବୋଲି ପ୍ରଶାସନ କୁ ଅଜିତ କମାର ଦାବି କରିଛନ୍ତି l

Related Posts

About The Author

Add Comment