ନୂଆଦିଲ୍ଲୀ, ୬/୧ (ସନ୍ଧାନ ନିୟୁଜ) : ଆଜି ଭାରତୀୟ ସମୟ ସକାଳ ୫ଟା ୪ମିନିଟ୍ରୁ ଆରମ୍ଭ ହୋଇ ସକାଳ ୮ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଦେଇଥିଲା । ବର୍ଷ ଆରମ୍ଭରେ ପ୍ରଥମ ସୂର୍ଯ୍ୟ ପରାଗ ପଡ଼ୁଥିବାରୁ ଏହି ସୂର୍ଯ୍ୟ ପରାଗ ଆଂଶିକ ପରାଗ ଭାବେ ଗଣନା କରାଯାଉଛି । ଏବଂ ଏହା ଭାରତକୁ ଦୃଶ୍ୟାମାନ ନ ହୋଇ ଏସିଆ ମହାଦେଶର ଉତ୍ତର ପୂର୍ବ ଓ ଉତ୍ତର ଆଣ୍ଟାର୍ଟିକର କିଛି ଅଞ୍ଚଳକୁ ଆଂଶିକ ଦୃଶ୍ୟମାନ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ କରି ଜାପାନବାସୀ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗର ସାକ୍ଷୀ ପାଲଟିଛନ୍ତି ।
ଅନ୍ୟପଟେ ଚଳିତ ବର୍ଷ ୩ଟି ସୂର୍ଯ୍ୟ ପରାଗ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ-ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ଆସନ୍ତା ଜୁଲାଇ ୨ ତାରିଖରେ ଚଳତ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ । ଏବଂ ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ଘଟିବ କିନ୍ତୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ । ସେହିଭଳି ୨୦୧୯ର ତୃତୀୟ ତଥା ଶେଷ ସୂର୍ଯ୍ୟ ପରାଗଟି ବର୍ଷ ଶେଷ ଡିସେମ୍ବର ୨୬ ତାରିଖରେ ସଂଗଠିତ ହେବ ଓ ତାହା ବଳୟାତ ସୂର୍ଯ୍ୟ ପରାଗ ହେବ। ଏହା ଭାରତର ପ୍ରାୟ ସମସ୍ତ ସ୍ଥାନକୁ ଆଂଶିକ ଦୃଶ୍ୟମାନ ହୋଇ କେରଳର ଆଖ ପାଖ ଅଞ୍ଚଳକୁ ବଳୟାତ ଭାବେ ଦେଖାଯିବ । ଏହା ଏକ ଅପୂର୍ବ ଦୃଶ୍ୟ ବୋଲି ଡକ୍ଟର ଶୁଭେନ୍ଦୁ କହିଛନ୍ତି ।
ଅନ୍ୟପେଟ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ୨୧ ତାରିଖରେ ହେବ । କିନ୍ତୁ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଏହାପରେ ଆସନ୍ତା ଜୁଲାଇ ୧୬ ତାରିଖରେ ୨୦୧୯ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଦେଖାଯିବ। ଏହା ଆଂଶିକ ଭାବେ ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।