ଭୁବନେଶ୍ୱର,୨୨/୦୪ (ସନ୍ଧାନ ନିଉଜ) : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଘୋଷଣା କରାଯାଇଛି ଚଳିତ ବର୍ଷ ବିଜୁଳି ଦର ବଢିବନି।ରାଜ୍ୟରେ ୨୦୧୯-୨୦ରେ ଲାଗୁ ହୋଇଥିବା ବିଜୁଳି ତାରିଫ ୨୦୨୦-୨୧ରେ ଜାରି ରହିବ। ୨୦୨୦-୨୧ ପାଇଁ ୟୁନିଟ ପଛା ହାରାହାରି ଯୋଗାଣ ଦର ୫ ଟଙ୍କା ୩ ପଇସା ରହିଥିବା ବେଳେ ହାରାହାରି ତାରିଫ ୪ ଟଙ୍କା ୮୨ ପଇସା ରହିଛି। ସେହିପରି ୨୦୧୯-୨୦ ପାଇଁ ଓପିଟିସିଏଲର ବିଦ୍ୟୁତ ପରିବହନ ଦର ୟୁନିଟ ପିଛା ୨୫ ପଇସା ଥିବାବେଳେ ଚଳିତ ଆଥର୍କ ବର୍ଷ ପାଇଁ ତାହାକୁ ଅପରିବର୍ତ୍ତିତ ରଖାଯାଇଛି। ତେବେ ୨୦୧୯-୨୦ରେ ଓଏଚପିସିର ତାରିଫ ୮୬.୧୦ ପଇସା ଥିବାବେଳେ ଚଳିତ ଆଥିର୍କ ବର୍ଷରେ ତାହା ୯୦.୧୧ ପଇସାକୁ ବୃଦ୍ଧି କରାଯାଇଛି। ଚଳିତ ଆଥିର୍କ ବର୍ଷରେ ଗ୍ରୀଡକୋ ମୋଟ ୨୯୦୧୮ ନିୟୁତ ୟୁନିଟ ବିଜୁଳି ଖରିଦ କରିବ ଓ ୨୮୦୯୦ ନିୟୁତ ୟୁନିଟ ବିତରଣ କମ୍ପାନିଙ୍କୁ ବିକ୍ରି କରିବ। ଏହାଛଡା ପ୍ରିପେଡ ଉପଭୋକ୍ତାଙ୍କୁ ନିଜ ପ୍ରିପେଡ ପରିମାଣର ୨ ପ୍ରତିଶତ ରିହାତି ମିଳିବ।
ଚଳିତବର୍ଷ ବିଜୁଳି ଦର ବଢିବନି
|
April 22, 2020 |



