ଚର୍ଚ୍ଚା୨- ନିର୍ବାଚନ ପରେ ପହି ଫେରିଯିବ ନିଜ ରାଜ୍ୟକୁ, ବ୍ଲାକ୍ ମନିକୁ ୱାଇଟ୍ କରିବାକୁ କାଳେ ହୋଇଛନ୍ତି ଧର୍ମଶାଳା ପାର୍ଥୀ

Spread the love

ଭୂବନେଶ୍ୱର (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡିଳୀରେ ଚର୍ଚ୍ଚ ଏବେ ରୋଚକ ଭାବରେ ଚାଲିଛି । ଏହି ଚର୍ଚ୍ଚା ଏବେ କଂଗ୍ରେସ ପାର୍ଥୀ ସ୍ମୃତିରେଖା ପହିକୁ ନେଇ । କଂଗ୍ରେସ ପକ୍ଷରୁ ପ୍ରଥମ ଥର ପାଇଁ ନୂତନ ମୁହଁ ଭାବେ ପହିକୁ ଟିକେଟ ଦିଆଯାଇଛି । ତେବେ ପହି ଧର୍ମଶାଳାର କୋତପୁରରଝିଅ ହୋଇଥିବା ବେଳେ ଶାଶୁ ଘର କେନ୍ଦୁଝର ଜିଲ୍ଲାରେ । ତେବ ପ୍ରଶ୍ନ ଉଠୁଛି ସେ ଏଠାରୁ କାହିଁ ପାର୍ଥୀ ହେବା ପାଇଁ ମନ ବଳାଇଲେ । କଣ ସେ ଧର୍ମଶାଳା ବାସୀଙ୍କ ସେବା କରିବାକୁ ନା ଏହା ଭିତରେ ଅନ୍ୟ କିଛି ଉଦେ୍ଧଶ୍ୟ ଲୁଚି ରହିଛି । ତେବେ ପ୍ରଚାର ମଇଦାନରେ ଜୋର ଜମୁଥିବା ବେଳେ ଏବେ ପହି ନାମରେ ଅଲାଗା ଚର୍ଚ୍ଚା ହେବାରେ ଲାଗିଛି । କାଳେ ପହି ନିର୍ବାଚନରେ କିଛି ଟଙ୍କା ଖଚ୍ଚ କରି କେନ୍ଦୁଝରରେ ଖଣିରୁ ରୋଜଗାର ହୋଇଥିବା ବ୍ଲକ ମନିକୁ ୱାଇଟ କରିବାକୁ । ଅନ୍ୟ ଏକ ଚର୍ଚ୍ଚା ନିର୍ବାଚନ ପରେ ସେ ନିଜ ରାଜ୍ୟକୁ ବାହୁଡିଯିବେ । ତେବେ ଚର୍ଚ୍ଚା କେତଦର ଟିକ ହେବ ତାହା ସମୟ କହିବ ସହିତ ଭୋଟରଙ୍କ ଉପରେ ଏହାର ପ୍ରଭାବ ନିଶ୍ଚିତ ପଡିବ ବୋଲି ରାଜନୌତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।

Related Posts

About The Author

Add Comment