ଚର୍ଚାରେ ମାଲ୍ୟାଙ୍କ ଟ୍ବିଟ୍, ‘୯ ହଜାର କୋଟି ପାଇଁ ୧୩ ହଜାର କୋଟି ସମ୍ପତ୍ତି ଜବତ ହେଲାଣି’

Spread the love

ନୂଆଦିଲ୍ଲୀ, ୪/୨(ସନ୍ଧାନ ନିୟୁଜ) : ଭାରତୀୟ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ପରିଶୋଧ ନକରି ଲଣ୍ଡନ ପଳାଇ ଯାଇଥିବା ବିଜୟ ମାଲ୍ୟା ଏବେ ଭାରତ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସେ ଏକ ଟ୍ବିଟ୍ କରିଛନ୍ତି, ଯାହାକି ଚର୍ଚାର ବିଷୟ ପାଲଟିଛି। ଭାରତୀୟ ବ୍ୟାଙ୍କ ଗୁଡ଼ିକ ତାଙ୍କଠାରୁ ପ୍ରାୟ ୯ ହଜାର କୋଟି ଟଙ୍କା ପାଇବେ ବୋଲି କହୁଥିବା ବେଳେ ତାଙ୍କ ଗ୍ରୁପର ୧୩ ହଜାର କୋଟି ସମ୍ପତ୍ତି ଜବତ କରାଯାଇ ସାରିଲାଣି। ପ୍ରତିଦିନ ସକାଳୁ ଉଠିଲା ବେଳକୁ ସେ ଜାଣିବାକୁ ପାଉଛନ୍ତି ଯେ ଋଣ ଅସୁଲ ଟ୍ରିବ୍ୟୁନାଲ (ଡିଆରଟି) ତାଙ୍କର ଆଉ ଗୋଟିଏ ସମ୍ପତ୍ତି ଜବତ କରିଛି। ଏହା ନ୍ୟାୟସଙ୍ଗତ କି? ଏପରିକି ଏହା କେତେ ଦିନ ଚାଲିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ମାଲ୍ୟା ଏହା ମଧ୍ୟ କହିଛନ୍ତି ଯେ, ଲୋକଙ୍କ ପଇସାକୁ ବ୍ୟାଙ୍କ ଗୁଡ଼ିକ ଖର୍ଚ୍ଚ କରୁଛନ୍ତି। ଲଣ୍ଡନରେ ଆଇନଜୀବୀମାନଙ୍କୁ ତାଙ୍କ ବିରୋଧରେ ମାମଲା ଚଳାଇବା ପାଇଁ ବ୍ୟାଙ୍କ ଗୁଡ଼ିକ ଲାଇସେନ୍ସ ଦେଇ ଦେଇଛନ୍ତି। ଭାରତରେ ଏହା ମଧ୍ୟ ପ୍ରଚାର କରାଯାଉଛି ସେ ୯ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ଏଥିଯୋଗୁ ସରକାରୀ ବ୍ୟାଙ୍କ ଗୁଡ଼ିକୁ କ୍ଷତି ପହଞ୍ଚିଛି। କିନ୍ତୁ ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ତଳେ ମାଲ୍ୟାଙ୍କୁ ନୂଆ ଆଇନ ଅନୁଯାୟୀ ମୁମ୍ବାଇର ଏକ ଅଦାଲତ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ‌ଘୋଷଣା କରିଛନ୍ତି। ଏଭଳି ଅପରାଧୀ ଘୋଷଣା ହେବାରେ ମାଲ୍ୟା ଦେଶର ପ୍ରଥମ ବ୍ୟକ୍ତି।

Related Posts

About The Author

Add Comment