ଚମ୍ବା, ୨୯/୧୦ (ସନ୍ଧାନ ନିଉଜ) : ହିମାଚଳ ପ୍ରଦେଶର ଚମ୍ବାରେ ମଙ୍ଗଳବାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ସକାଳେ ୧୧.୩୧ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଚମ୍ବା ଥିଲା। ଏଥିରେ କେହି ମୃତାହତ ହୋଇଥିବା ଜଣାପଡି ନାହିଁ।