ଚମ୍ପାପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଖରମଙ୍ଗି ଚମ୍ପିୟାନ

Spread the love

ବଡଚଣା,  ୩/୨/୨୦ (ସନ୍ଧାନ ନିଉଜ) : ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଂଚାୟତର ଚମ୍ପାପୁର ଗ୍ରାମରେ ଥିବା ମା’ କୁସୁମାଇ କ୍ରିକେଟ କ୍ଳବ ଆନୁକୂଲ୍ୟରେ ୧୨ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ପୂଜା କ୍ରିକେଟ କ୍ଲବ ଖରମଙ୍ଗୀ ମା’ଦୁର୍ଗା କ୍ରିକେଟ କ୍ଲବ ଏଣ୍ଡରପଦାକୁ ୧୪୪ ରନ୍ରେ ପରାସ୍ତ କରି ଚମ୍ପିୟାନ ହୋଇଛି । ଖରମଙ୍ଗୀ ଟସ୍ ଜିତି ପ୍ର୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ଖେଳରେ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୧୮୯ରନ କରିଥିଲା । ଦଳ ପକ୍ଷରୁ ସୋ÷ମ୍ୟ ମଲ୍ଲ ୨୬ ବଲରେ ୬୬ ରନ କରିଥିବା ବେଳେ ଏଣ୍ଡରପଦାର ମିଲୁ ମଲିକ ଓ ପପୁ ପ୍ରଧାନ ୩ ୱିକେଟ ଲେଖାଏଁ ୱିକେଟ ନେଇଥିଲେ । ୧୯୦ରନ୍ର ବିଜୟ ଲକ୍ଷ୍ୟ ନେଇ ୧୨ ଓଭରରେ ସମସ୍ତ ୱିକେଟ ହରାଇ ୪୫ ରନ କରି ପରାସ୍ତ ହୋଇଥିଲା । ଦଳ ପକ୍ଷରୁ ସନ୍ତୋଷ ଖଟୁଆ ୧୦ଟି ବଲରେ ୧୫ରନ କରିଥିବା ବେଳେ ଖରମଙ୍ଗୀ ଜେ. ଖଟୁଆ ୪ ୱିକେଟ ନେଇଥିଲେ । ଏହିଖେଳକୁ ପ୍ରଶାନ୍ତ ସ୍ୱାଇଁ, ପ୍ରେମାନନ୍ଦ ମହାନ୍ତ,ହେମନ୍ତ ପ୍ରଧାନ ପରି·ଳନା କରିଥିବା ବେଳେ ଅଶୋକ ଭୋଇ,ଗଣେଶ୍ୱର ଦେହୁରୀ,ଶୁଭକାନ୍ତ ଭୋଇ ସ୍କୋରର ଓ ଗୋ÷ରାଙ୍ଗ ଚରଣ ମହାନ୍ତ ଓ ଶିବ ଦେହୁରୀ ଧାରାବିବରଣୀ ପ୍ରଦାନ କରିଥିଲେ । ପୂର୍ବତନ ସରପଂଚ ରନôାକର ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୬ ନଂ ଜୋନ ଜିଳ୍ଲାପରିଷଦ ସଭ୍ୟା ବିନୋଦିନୀ ସାହୁ ,ସମ୍ମାନିତ୍ ଅତିଥି ଭାବେ ସମିଆଁ ପଂଚାୟତ ସମିତିସଭ୍ୟା ମାନା ସେଠୀ,ସମାଜସେବୀ ବିବେକ ରଂଜନ ସୁବୁଦ୍ଧ ,ପୂର୍ବତନ ସମିତି ସଭ୍ୟ ଲକ୍ଷ୍ମୀଧର ସାମଲ, ସମାଜସେବୀ ଉମାକାନ୍ତ ମଙ୍ଗରାଜ,ଲକ୍ଷ୍ମୀଧର ଦାସ,ସମ୍ବାଦିକ ଦୀପକ ଦାସଙ୍କ ସମେତ ବିଜୟ କୁମାର ମହାନ୍ତିି, ଗଙ୍ଗାଧର ଭୋଇ, ପଦ୍ମଲୋଚନ ମହାନ୍ତ,ସୁରେଶ ବେହେରା ପ୍ରମୁଖ ଯୋଗ ଦେଇ ବିଜୟୀ ରନସ୍ ଅଫ ଦଳକୁ ଟ୍ରଫି ପ୍ରଦାନ କରିବା ସହ ସୋ÷ମ୍ୟ ମଲ୍ଲକୁ ମ୍ୟାନ ଅଫ ଦି ମ୍ୟାଚ ଓ ତପନ ସାହୁଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରିଥିଲେ । କ୍ଲବ ତରଫରୁ ଭବାନୀ ଶଙ୍କର ଭୋଇ , କାର୍ତ୍ତିକ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ଭୋଇ,ବାଦଲ ଭୋଇ,ଅନନ୍ତ ଦେହୁରୀ, ବିକାଶ ଭୋଇ,ଶିବ ଭୋଇ ,ମାନସ ଭୋଇ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment