ଚନ୍ଦ୍ର ଚାରିପଟେ ଗବେଷଣା ପରେ ପ୍ରଶାନ୍ତ ମହାସାଗରରେ “ଆର୍ଟେମିସ୍ -୨”ର ସୁରକ୍ଷିତ ଭାବେ ଅବତରଣ

Spread the love

ନୂଆଦିଲ୍ଲୀ,:  ପୃଥିବୀକୁ ସଫଳତାର ସହ ଫେରିଲା ନାସାର ଆର୍ଟେମିସ୍ -୨ । ଚନ୍ଦ୍ର ନିକଟରେ ପ୍ରାୟ ୧୦ ଦିନର ଯାତ୍ରା ସମାପ୍ତ କରିବା ପରେ ସୁରକ୍ଷିତ ଭାବରେ ପ୍ରଶାନ୍ତ ମହାସାଗରରେ ଅବତରଣ କରିଛି।  ନାସା ଏବଂ ଆମେରିକୀୟ ନୌସେନା ଦଳ କ୍ୟାପସୁଲ୍‌କୁ ସୁରକ୍ଷିତ ଭାବେ ବାହାର କରିଥିବା ସୂଚନା ମିଳିଛି। ଚଳିତ ମାସ ଏପ୍ରିଲ ୧ ରେ ଲଞ୍ଚ ହୋଇଥିବା ଏହି ମିଶନ ୧୦ ଦିନର ରହିଥିଲା  ମହାକାଶଚାରୀ ରିଡ୍ ୱିଜମ୍ୟାନ୍, ଭିକ୍ଟର ଗ୍ଲୋଭର, କ୍ରିଷ୍ଟିନା କୋଚ୍ ଏବଂ ଜେରେମି ହାନସନଙ୍କ କହିବା ଅନୁସାରେ ଏହା ନାସାର ଏକ  ଐତିହାସିକ ମିଶନ ।  ଏହି ଆର୍ଟେମିସ୍-୨ ମିଶନ ପୃଥିବୀରୁ ସବୁଠାରୁ ଦୂରକୁ ଯାତ୍ରା କରିଥିବା ମାନବ-ଚାଳିତ ମହାକାଶଯାନ ଅଭିଯାନ। ଏହା ୧୯୭୦ ମସିହାରେ ଆପୋଲୋ ୧୩ ମିଶନର ଦୂରତା ରେକର୍ଡକୁ ମଧ୍ୟ ପଛରେ ପକାଇଦେଇଛି । ପୁରା ୧୦ ଦିନର ସଫଳ ମିଶନ ପରେ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ଭାବରେ ଅବତରଣ କରିଛି ଓରିଅନ ମହାକାଶଯାନ। ସକାଳ ୫ଟା ୩୭ରେ କାଲିଫର୍ନିଆର ସାନ ଡିଏଗୋ ଉପକୂଳରେ ପ୍ରଶାନ୍ତ ମହାସାଗରରେ ଆର୍ଟେମିସ-୨ ର ସମ୍ପୂର୍ଣ୍ଣ ଅବତରଣ ଦୃଶ୍ୟ ନେଟଫ୍ଲିକ୍ସ ଏବଂ ନାସାର ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ତେବେ ଏହି ଆର୍ଟେମିସ୍ ମିଶନର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଯେ, ଚନ୍ଦ୍ରରେ ମାନବ ଜାତିର ଉପସ୍ଥିତି ସ୍ଥାପନ କରିବା ଏବଂ ମଙ୍ଗଳ ଭଳି ଦୂର ଗ୍ରହକୁ ଭବିଷ୍ୟତର ମିଶନ ପାଇଁ ପ୍ରସ୍ତୁତ ହେବା। ତେଣୁ ଆର୍ଟେମିସ୍-୨ କୁ ଏକ ଐତିହାସିକ ମିଶନ ଭାବେ ପରିଗଣିତ କରାଯାଉଛି।

Related Posts

About The Author

Add Comment