ଚନ୍ଦ୍ରର ଦଖିଣ ମେରୁ ହେଲା ଭାରତର, ସଫଳ ଲ୍ୟାଣ୍ଡି କଲା ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ; ବୁଲିକି ଜୀବନ ଖୋଜିବ ପ୍ରଜ୍ଞାନ

Spread the love

ଭୁବନେଶ୍ୱର, (ସନ୍ଧାନ ନିୟୁଜ) ଭାରତର ଚନ୍ଦ୍ରଯାନ-୩ ଆଜି ବିଶ୍ୱ ଇତିହାସରେ ନିଜର ନାମକୁ ସ୍ୱର୍ଣ୍ଣକ୍ଷରେ ଲିପିବଦ୍ଧ କରିଛି । ଭାରତର ଚନ୍ଦ୍ରଯାନ -୩ ଲ୍ୟଣ୍ଡର ବିକ୍ରମ ଆଜି ସଫଳତା ପୁର୍ବକ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରାଇଛି ଇସ୍ରୋ । ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟ ଆଖି ଆଗରେ ରଖି ଇସ୍ରୋ ପକ୍ଷରୁ କାର୍ଯ୍ୟ କରାଯାଇଥିଲା । ସଠିକ ସଭୟରେ ଲ୍ୟାଣ୍ଡର ଲ୍ୟାଣ୍ଡି ପ୍ରକିୟା ପାଇଁ ସମସ୍ତ କାର୍ଯ୍ୟକୁ ଲକ କରାଯାଇଥିଲା । ପ୍ରଥମେ ୮୦୦ ମିଟର ଇପରେ ଟିକଏ ଢ଼ଳି ରହିବା ପରେ ପୁଣି ସିଧା ହୋଇଥିଲା ଲ୍ୟାଣ୍ଡର । ପରେ ୫୦୦ ତଳକୁ ଖସାଯାଇଥିଲା । ଧିରେ ଧିରେ ୨୫୦ ଏବଂ ପରେ ୧୫୦ ଏବଂ ୫୦ ମିଟର ଲ୍ୟାଣ୍ଡରକୁ ଖସାଇ ଶେଷର ସଫ୍ଟ ଲ୍ୟାଣ୍ଡି କରାଯାଇଥିଲା । ଏହାକୁ ଲାଇଭ ମାଦ୍‌ୟମରେ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କୋଟି କୋଟି ଦେଶର ନାଗରିକ । ଲ୍ୟାଣ୍ଡି ପରେ ଏସ ସେମାନାଥ ନିଜର ଅଭିଭାଷଣ ରଖିବା ପରେ ନରେନ୍ଦ୍ର ମୋଦି ଦେଶ ବାସୀଙ୍କ ଏହା ଅବିସ୍ମରଣୀୟ ଏବଂ ଭାରତ ସମସ୍ତ ବୌଜ୍ଞାନିକ ଏବଂ ଦେଶବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ସୁର୍ଯ୍ୟର ଗବେଷଣା ପାଇଁ ଆଦିତ୍ୟ -୧କୁ ଭାରତ ପଠାଇବା ଏବଂ ଏହା ପରେ ଶୁକ୍ର ପାଇଁ ମଧ୍ୟ ଭାରତ ଭାରତ ଏଭଳି ଯାନ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ କହିଥିଲେ ।

Related Posts

About The Author

Add Comment