ଚତୁର୍ଥୀ ରହିଲା ଅଧାରେ: ବଜ୍ରାଘାତରେ ବର ମୃତ, କନ୍ୟା ସମେତ ୪ଜଣ ଗୁରୁତର

Spread the love

କେନ୍ଦୁଝର, ୧୫/୫ (ସନ୍ଧାନ ନିୟୁଜ) ଆଜି ଅପରାହ୍ନରେ ହୋଇଥିବା କାଳବୈଶାଖିରେ କେନ୍ଦୁଝର ଜିଲ୍ଲା ଆନ୍ଦପୁର ବ୍ଲକ ରେ ଟାଙ୍ଗିରିପାଳ ଗାଁରେ ବିଭାହ ଭୋଜି ଦେବାକୁ ଅପେକ୍ଷା କରିଥିବା ବର କନ୍ୟା ବଜ୍ରାଘାତରେ ବର ମୃତବରଣ କରିବା ସହ କନ୍ୟା ସମେତ ୪ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପଟଣାରୁ ପ୍ରକାସକେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଟାଙ୍ଗିରିପାଳ ଗାଁରେ ଆଜି ଚତୁର୍ଥୀ ଅବସରରେ ଭୋଜିଭାତ ଚାଲିଥିଲା। ସନ୍ଧ୍ୟା ୫ଟାରେ ବଜ୍ରପାତରେ ବର ଓ କନ୍ୟା ସମେତ ଅନ୍ୟମାନେ ଘର ପିଣ୍ଡାରେ ବସିଥିଲେ। ହସଖୁସିରେ କଥାବାର୍ତ୍ତା ହେଉଥିବା ବେଳେ ଅଚାନକ ବଜ୍ରପାତ ହେବାରୁ ୫ ଜଣ ଟଳି ପଡ଼ିଥିଲେ। ବର-କନ୍ୟା ସମେତ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତର ମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବର ଜିତେନ୍ଦ୍ର ମୁର୍ମୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଜାରି ରହିଛି।

Related Posts

About The Author

Add Comment