ଚଣ୍ଡିଖୋଲ ସାମ୍ବାଦିକ ସଂଘର ନୂତନ ଗୃହ ଉଦଘାଟିତ
![](https://sandhannews.com/wp-content/uploads/2019/02/20190217_124349.jpg)
ଯାଜପୁର,ଚଣ୍ଡିଖୋଲ, ୧୭/୨ (ସନ୍ଧାନ ନିୟୁଜ/ମାନସ ରାଉତ ) ଚଣ୍ଡିଖୋଲ ସାମ୍ବାଦିକ ସଂଘର ବାର୍ଷିକ ଉସôବ ଅନୁଷ୍ଠିତ ହେବା ସହ ନୂତନ ଗୃହ ଉଦଘାଟିତ ହୋଇଯାଇଛି । ବିଧାୟକ ଓ ସାଂସଦଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ପ୍ରଦତ ଅର୍ଥରେ ନିର୍ଗତ ଗୃହକୁ ବିଧାୟକ ଅମର ପ୍ରସାଦ ଶତପଥି ଉଦଘାଟିତ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସଂଘର ସଭାପତି ପ୍ରଦୀପ୍ତ ପରିଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସାଂସଦ ମୋହନ ଜେନା, ବରେଣ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଯୋଗଦାନ କରିଥିଲେ । ୧୯୮୫ମସିହାରୁ ଗଠିତ ଜିଲ୍ଲାର ସର୍ବପୁରାତନ ସଂଘକୁ ୧୯୯୦ ମସିହାରେ ସରକାରୀ ସ୍ୱୀକୃତି ମିଳିଥିଲା । ପ୍ରତିଷ୍ଠାତା ସଭ୍ୟ ପ୍ରିୟନାଥ ମହାପାତ୍ର,ନିର୍ମଳ ସାମଲ, ମହେଶ୍ୱର ବଳ ଓ ଅବୁଦୁଲ ରଜାକ ଦୀର୍ଘଦିନ ଧରି ଏହି ସଂଘକୁ ପରିଚାଳନା କରି ବଂଚାଇ ରଖିବାରେ ପ୍ରମୁଖ ଭୂମିକା ରହିଅଛି ବୋଲି ବକ୍ତାମାନେ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଗୃହ ନିର୍ମାଣ ପୂର୍ବରୁ ଖୋସାଲିପୁର ମୌଜାର ଗୋଚର ଜମିକୁ ଗ୍ରାମବାସୀଙ୍କ ସହଯାଗରେ ତତକାଳୀନ ଜିଲ୍ଲାପାଳ ଓ ତହସିଲଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଉକôଳ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ବେଣୂଧର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ବଳ ମରପୋଷଣ କରିଥିଲେ । ସଂପାଦକ ଦିଲିପ ମହାନ୍ତି ବିବରଣୀ ପାଠ କରିଥିଲା ବେଳେ ଅନିରୁଦ୍ଧ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମରେନ୍ଦ୍ର ମାହାଲା ସ୍ୱାଗତ ଅଭୀଭାଷଣ ଦେଇଥିଲେ । ଏହି ଅବସରରେ କବି ରବୀନ୍ଦ୍ର ବିାହରୀଙ୍କ ଦ୍ୱାରା ସଙ୍କୋଳିତ ବହିକୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।
![](https://sandhannews.com/wp-content/uploads/2019/02/20190217_115913-300x169.jpg)
ଏହି ଉସôବରେ ଗୋକର୍ଣ୍ଣିକା ସାହିତ୍ୟ ସଂସଦର ସଂପାଦକ ରମାକାନ୍ତ ଜେନା, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ବରିଷ୍ଠ ଶିକ୍ଷକ ନେତା ଯଚୀନ୍ଦ୍ର ଜେନା, ଲୋକନାଥ ସେନାପତି, ହୋଲି ଜେସସ ସ୍କୁଲର ଅଧ୍ୟକ୍ଷା କାମିନୀ ନାୟକ, ସାମ୍ବାଦିକ ଭକ୍ତଚରଣ ସାହୁ, ପ୍ରଦୀପ୍ତ ପୃଷ୍ଟି, ପ୍ରକାଶ ଚନ୍ଦ୍ର ସାମଲ ଓ ସ୍ଥାନୀୟ ସରପଂଚ ଚାଚାଲିନି ସ୍ୱାଇଁ ଯୋଗଦାନ କରିଥିଲେ । ସଂଘର ସଭ୍ୟ ଶିବରାମ ସାହୁ, ମନୋମୋହନ ରାଉତ, ଭାରତ ଭୁଷଣ ପଣ୍ଡା, ହେମସ ଜେନା, ପ୍ରମୋଦ ଜେନା, ପ୍ରସାନ୍ତ ଜେନା, ପ୍ରସନ୍ନ ବିଶ୍ୱାଳ, ବସନ୍ତ ପଲେଇ, ସୁରେନ୍ଦ୍ର ସାମଲ, ଏସ.କେ ସବିରଉଦ୍ଦିନ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲା ବେଳେ ନରହରି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
Related Posts
About The Author