ଚଣ୍ଡିଖୋଲ,୨୮.୧(ସନ୍ଧାନ ନିୟୁଜ/ମାନସ ରାଉତ): ବଡଚଣା ଥାନା ଅଧିନସ୍ଥ ବଡଚଣା-ଦର୍ପଣ ପୁର୍ତ୍ତବିଭାଗ ରାସ୍ତାର ତ୍ୱରିତ ଡାକବଙ୍ଗଳା ଚଣ୍ଡିଖୋଲ ନିକଟରେ ସୋମବାର ଅପରାହ୍ଣରେ ଏକ ଟୁରିଷ୍ଟ ବସ ଧକ୍କାରେ ଶାଳପଡା ଗୋଡାସାହି ଗ୍ରାମର ବିମଳ ପ୍ରଧାନଙ୍କ ମୃତ ହୋଇଛି । ବିମଳ ଓ ତାଙ୍କ ସମ୍ପର୍କିୟଙ୍କ ସହିତ ଚଣ୍ଡିଖୋଲ ଛକକୁ ଯିବା ପାଇଁ ବଙ୍ଗଳା ନିକଟରେ ଛିଡା ହୋଇଥିବା ବେଳେ ଟୁରିଷ୍ଟ ବସ ଧକ୍କା ଦେବା ପରେ ବସର ପଛଚକା ବିମଳଙ୍କ ଉପରେ ଚଢିଯାଇଥିଲା । ଫଳରେ ବିମଳଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଉତେଜନା ପ୍ରକାଶ ପାଇଥିଲା । ଏହି ରାସ୍ତା ଉପରେ ଅନତି ଦୂରରେ ଗାଡିର ଫିଟନେସ ହେଉଥିବାରୁ ବହୁ ଭାରିଜାନ ଗାଡି ଗୁଡିକ ଗହଳି ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । କଲେଜ ଓ ସ୍କୁଲ ସହିତ ବ୍ୟାଙ୍କ ଗୁଡିକ ଥିବାରୁ ଏହି ରାସ୍ତା ଉପରେ ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି । ଏହି ରାସ୍ତାରେ ହମପ୍ସ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବୀ କରି ସାମନ୍ୟ ଉତ୍ତେଜନା ପ୍ରକାଶ କରିଥିଲେ । ବଡଚଣା ଥାନାଧିକାର ଶରତଚନ୍ଦ୍ର ପାତ୍ର ଓ ଏମଭିଆଇ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ପ୍ରତିଶୃତି ଦେଇଥିଲେ । ପୁଲିସ ବସଟିକୁ ଜବତ କରି ଅଧିକ ତଦନ୍ତ ଜାରୀ ରଖିଛି ।
ଚଣ୍ଡିଖୋଲ: ବସ୍ ଧକ୍କାରେ ଜଣେ ମୃତ
|
January 28, 2019 |