ଚଣ୍ଡିଖୋଲ ପରିବହନ ଅଧିକାରୀଙ୍କ ଦ୍ୱାରା ଯାତ୍ରୀବାହୀ ବସ୍ ଜବତ

Spread the love

ଚଣ୍ଡିଖୋଲ, ୧୧/୩/୨୦ (ସନ୍ଧାନ ନିଉଜ) : ୨୦୧୮ରୁ ପରିବହନ ନଥାଇ ଭଦ୍ରକରୁ ଭୁବନେଶ୍ୱର ଯାଉଥିବା ଏକ ଯାତ୍ରୀବାହୀ ବସ୍ କୁ ଅପରାହ୍ନରେ ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀ ଲାଲ୍ ମୋହନ ସେଠୀ ଜବତ କରିଥିବା ଜଣାପଡ଼ିଛି । ଓ.ଡ଼ି୨୨-୫୬୩୭ ନାମକ ଯାତ୍ରୀବାହୀ ବସଟିର ୨୦୧୮ ମସିହାରୁ ରୁଟ୍ ପରିମିଟ୍ ନଥିବାର ଜାଣିପାରି ପରିବହନ ଅଧିକାରୀ ବସ୍ ଟିକୁ ଚଣ୍ଡିଖୋଲ ଛକରେ ଅଟକାଇ କାଗଜ-ପତ୍ର ତନଖି କରିଥିଲେ । ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ଅଲଗା ଗାଡ଼ିରେ ପଠାଇ ପରିବହନ ଅଧିକାରୀ ବସ୍ଟିକୁ ସିଜ୍ କରିଥିବା ଜଣା ପଡ଼ିଛି । ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

Related Posts

About The Author

Add Comment