ଚଣ୍ଡିଖୋଲ: ଦୂର୍ଘଟଣାରେ ୩ ଆହତ, ୨ ଗୁରୁତର

Spread the love

ଯାଜପୁର,୬/୨(ସନ୍ଧାନ ନିୟୁଜ/ମାନସ ରାଉତ) ଚଣ୍ଡିଖୋଲ ଛକ ନିକଟରେ ଏକ ଦୂର୍ଘଟଣା ଘଟି ଏଥିରେ ୩ ଜଣ ଆହତ ହୋଇଥିଲା ବେଳେ ଏଥି ମ୍ମରୁ ୨ ଜଣ ଗୁରୁତର ଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଚଣ୍ଡିଖୋଲ ଛକ ଠାରେ ଆଜିର ରାସ୍ତା ଅବରୋଧ ସମୟରେ ଭୁବନେଶ୍ୱରରୁ ଭଦ୍ରକ ଯାଉଥିବା ଏକ କାର୍ (ନଂ-ଓ.ଡ଼ି.୦୫ଏମ୍-୯୬୩୧) ସମ୍ମୁଖ ପଟରୁ ଆସୁଥିବା ଏକ ଆକ୍ଟିଭା ଗାଡ଼ି (ନଂ-ଓ.ଡ଼ି-୦୨-୯୩୯୬) ଖୁବ୍ ଜୋର୍ରେ ଧକ୍କା ଦେଇଥିଲା । ‘ଳରେ ଆକ୍ଟିଭାରେ ଥିବା ୩ ଜଣ ଯୁବକ ରାସ୍ତା କଡ଼କୁ ଛିଟିକି ପଡ଼ି ଆହତ ହୋଇଥିବା ବେଳେ ଆକ୍ଟିଭା ଗାଡ଼ିଟି ଭାଙ୍ଗି ରୁଜ୍ଜି ଚୁନମାର୍ ହୋଥଯାଇଥିଲା । ଆହତ ମାନଙ୍କୁ ଘଟଣା ସ୍ଥଳରୁ ଚଣ୍ଡିଖୋଲ ଦମକଳ ବାହିନୀ ସାଂଗେ ସାଂଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଏହି ଦୂର୍ଘଟଣାରେ ଭୁବନେଶ୍ୱରର ରସୁଲଗଡ଼ର ଜ୍ୟୋତି ରଂଜନ ଆଚାର୍ଯ୍ୟ (୨୨), ଅବିନାଶ ନନ୍ଦ (୨୪) ଓ ଭବାନୀ ମଣ୍ଡଳ(୨୩) ଆହତ ହୋଇଥିଲା ବେଳେ ଏମାନଙ୍କ ମ୍ମରୁ ଅବିନାଶ ଓ ଭବାନୀ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିସôା ପାଇଁ ଭର୍ତି କରାଯାଇଛି ।

Related Posts

About The Author

Add Comment