ଚଣ୍ଡିଖୋଲ ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟ ବନ୍ଧ ବ୍ରାହ୍ମଣୀ ସେତୁରୁ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ,,

Spread the love

ଜେନାପୁର/୧୨/୧୧/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଦୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କବାଟ ବନ୍ଧ ବ୍ରାହ୍ମଣୀ ସେତୁରେ ଆଜି ସକାଳ୧୨ ଟା ସମୟରେ   ଜଣେ ମହିଳା ପୋଲୋ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ପାଣିକୁ ଡେଇଁଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ମହିଳା ଜଣଙ୍କ ହେଲେ ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଭଗବାନ ମଳିକଙ୍କ ଝିଅ ଡଲି ମଳିକ ୩୩ ବୋଲି ଜାଣିବାକୁ ମିଳିଛି ,ସେ ଗତବର୍ଷ କୋରାଇ ବ୍ଲକ ତଳଗଡ ପଞ୍ଚାୟତ ଝୁଲଣ ଗ୍ରାମରେ ସାଗର ମଳିକ ଙ୍କୁ ବିବାହ କରିଥିଲେ।କୌଣସି ଘଟଣା ବସତ ଶାଶୁଘରେ ତାଙ୍କୁ ନିର୍ଯ୍ୟାତନା ଦେଇଥିବା ଡଲିର ମା କହିଛନ୍ତି ।ଏନେକ ଆଗରୁ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା, ଡଲି ବାପଘରେ ରହୁଥିଲେ ଆଜି ତାଙ୍କୁ ବୁଝା ସୁଝା କରି ଡଲିର ଶାଶୁ ଘରକୁ ଏକ ଅଟୋ ଯୋଗେ ତାଙ୍କ ମା ନେଇ ଯାଉଥିବା ବେଳେ କବାଟବନ୍ଧ ବ୍ରାହ୍ମଣୀ ସେତୁ ଅଧାରେ ଅଟୋ ଚାଳକଙ୍କୁ କହିଥିଲା ଯେ ଭାଇ ଗାଡ଼ି ରଖ ମୋ ଚପଲ ଖସି ପଡ଼ିଲା ଅଟୋ ରଖିବା ମାତ୍ରେ ମହିଳା ଜଣଙ୍କ ହଟାତ୍ ବ୍ରାହ୍ମଣୀ ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ । ଗାଡ଼ିରେ ଥିବା ଡଲିର ମା ଓ ଅଟୋ ଚାଳକ କିଛି ବୁଝି ପାରିନଥିଲେ  । ଜୋର ଜୋର ଚିଲେଇ ଚିଲେଇ ଡାକିବାରୁ ନଦୀ ପାଣି ଭିତରେ ଥିବା କିଛି କୈବତ୍ୟ ମାଛ ଧରୁଥିବା ସମୟରେ ମହିଳା ଜଣଙ୍କୁ ପାଣି ଭିତରୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ କବାଟ ବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଯାଜପୁର ଜିଲ୍ଲା ଡାକ୍ତର ଖାନାକୁ ପଠାଇ ଦେଇଥିବା ଜାଣିବାକୁ ମିଳିଛି ।

Related Posts

About The Author

Add Comment