ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ବୃହତ ଭୂତଳ ତୈଳ ସଂରକ୍ଷଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ମଳିଥିବାରୁ ନରେନ୍ଦ୍ର ମୋଦି ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ କୁତଜ୍ଞତା

Spread the love

ଯାଜପୁର, ୨୮/୦୬(ସନ୍ଧାନ ନିୟୁଜ/ମାନସ ରାଉତ)-ରାଜ୍ୟର ଯାଜପୁର ଜିଲା ଅନ୍ତର୍ଗତ ଚଣ୍ଡିଖୋଲ ନିକଟ ଡଙ୍କାରୀ ଠାରେ ପ୍ରସ୍ତାବିତ ଦେଶର ବୃହତ ଭୂତଳ ତୈଳ ଭଣ୍ଡାର ନିର୍ମାଣର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ନେଇ ଗତ ୩ ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାନସ ମନ୍ଥନ ଚାଲିଥିବା ବେଳେ ବୁଧବାର ଦିନ ଏହି ପ୍ରକଳ୍ପକୁ ବିଧିବଦ୍ଧ ଭାବେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଛନ୍ତି । ଫଳରେ ଖୂବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଗତ ୨୦୧୬ ମସିହାରେ ଘୋଷଣା ହେବା ପରେ ଦୁଇ ଦୁଇ ଥର କେନ୍ଦ୍ର ପେଟୋ୍ରଲିୟମ ମନ୍ତ୍ରାଣାଳୟର ଉଚ୍ଚ ଅଧିକାରୀ ମାନେ କ୍ଷେତ୍ର ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ ।

ଯାଜପୁର ଜିଲା ଧର୍ମଶାଲା ତହସିଲର ଡଙ୍କାରୀ ମୌଜା ୨୨୧ ଖାତାର ୬୦୦ ପ୍ଳଟ ନମ୍ରରେ ଥିବା ୭୭୩.୬୦ ଏକର ପର୍ବତ କିସମ ଜମିରୁ ୪ଶହ ଏକର ଜମିରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବରୁ ଘୌଷଣା ହେବନା ସହ ଏଥିନେଇ ୩ହଜାର ୮୦୦କୋଟି ଟଙ୍କା ମଞ୍ଜୁର ହୋଇଛି । ତେବେ ଏହି ବୃହତ ପ୍ରକଳ୍ପର ନିର୍ମାଣରେ ବିଳମ୍ବ ହୋଇଥିବାରୁ ଏଥିନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ବସିଥିବା କେନ୍ଦ୍ର କ୍ୟାବିନେଟ ବିଧିବଦ୍ଧ ଭାବରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିବା ଜଣାପଡିଛି । ଉକ୍ତ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଏଠାରେ ୪ ବିଲିୟନ ମେଟ୍ରିକ ଟନ ଅଶୋଧିତ ତୈଳ ଗଛିତ ହୋଇପରିବ ବୋଲି ସୂଚନା ମିଳିଛି । ଉକ୍ତ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ ମିଳୀଥିବାରୁ ଏହାକୁ ଭାଜପା ରାଜ୍ୟ ପ୍ରବକ୍ତା ଅମର ନାୟକଙ୍କ ସହ ଭାଜପାର ଅନ୍ୟାନ କର୍ମକର୍ତା ମାନେ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ପେଟୋ୍ରଲିୟମ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment