ଚଣ୍ଡିଖୋଲ ଠାରେ ନବନିର୍ମାଣ କୃଷକ ସଂଗଠନ କର୍ମୀଙ୍କୁ ଗିରଫ କଲା ପୋଲିସ

Spread the love

ଚଣ୍ଡିଖୋଲ,୧୨/୨(ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ନିକଟରୁ ନବ ନିବର୍ମାଣ କୃଷକସଂଘ କର୍ମୀ ଅର୍ଥନୈତିକ ଅବରୋଧକୁ ପୋଲିସ ଭଣ୍ଡୁର କରିଛି । ପ୍ରାଇସ, ପ୍ରେସିଷ୍ଟଜ, ପେନସନ ଓ ବିଭିନ୍ନ ଦାବୀ, ମନ୍ତ୍ରୀ, ନେତା, ଲୋପ୍ରତିନିଧି, ପ୍ରଶାସନ ଓ ସରକାରଙ୍କୁ ସମସ୍ତ ଚାଷୀ ଖାଦ୍ୟ ବନ୍ଦ କରାଯିବା ଅର୍ଥନୀତି ପ୍ରତିବାଦରେ ମଙ୍ଗଳବାର ଦିନ ରାସ୍ତା ଅବରୋଧ କରାଯାଇଥିଲା । ଯାଜପୁର ଜିଲ୍ଲା ଏସ.ଡି.ପି.ଓ କେଦାରନାଥ ସାହୁଙ୍କ ତତ୍ୱବଧାନରେ ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଧର୍ମଶାଳାର ଉମାକାନ୍ତ ନାୟକ, ବାଲିଚନ୍ଦ୍ରପୁରର ରାକେଶ ତ୍ରିପାଠୀ ସମେତ ୩ ପ୍ଳାଟୁନ ପୋଲିସ ଫୋର୍ସ ଚଣ୍ଡିଖୋଲରେ ମୃତୟନ ହୋଇ ସଂଗଠନର କର୍ମକର୍ତା ମାନଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲେ । ଏମାନଙ୍କୁ ଗିରଫ କରି ଚଣ୍ଡିଖୋଲ ଫାଣ୍ଡି ଆଗରେ ନଜରବନ୍ଦୀ ଭାବେ ରଖାଯାଇଥିବାର ଉକ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ଦାସ ଜିଲ୍ଲା ସଂଯୋଜକ, ଅଶୋକ ଶାନ୍ତି ସହସଂଯୋଜକ, ଭୁବନାନ୍ନଦ ସାମଲ ଉପଦେଷ୍ଟା, ନରଗରି ଦ୍ାସ ବରୀ, ମୁକୁନ୍ଦ ମହାନ୍ତି ରସୁଲପୁର, ଯୁଧିଷ୍ଠିର ସାହୁ, ହେମନ୍ତ ଦୋରା ଧର୍ମଶାଳା, ନବୀନ କୁମାର ଜେନା ବଡଚଣା ପ୍ରଭୁତି ଶତାଧିକ କର୍ମୀ ଫାଣ୍ଡି ଆଗରେ ସନ୍ଧ୍ୟା ପର୍ଯ୍ୟନ୍ତ ନଜର ବନ୍ଦୀ କରି ରଖାଯାଇଥିଲା । ସନ୍ଧ୍ୟା ସମୟରେ ସମସ୍ତ ବନ୍ଦୀକୁ ପି.ଆର. ବଣ୍ଡ ଜରିଆରେ ମୁକୁଳା ଯାଇଥିବା ଫାଣ୍ଡି ଅଧିକାରୀ ଏସ.ଆଇ. ନାରାୟଣ ବେହେରା ସୂଚନା ଦେଇଛନ୍ତି ।

https://www.youtube.com/watch?v=AKU1hZH6mAs

 

Related Posts

About The Author

Add Comment