ଚଣ୍ଡିଖୋଲ ଟ୍ରାଫିକ ଛକରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

Spread the love

ଚଣ୍ଡିଖୋଲ, ୨୭/୧୨ (ସନ୍ଧାନ ନିୟୁଜ)-ବଡଚଣା ବିଜେଡି ପକ୍ଷରୁ ଦଳର ୨୩ତମ ପ୍ରତିଷ୍ଠା ଦିବସ ଚଣ୍ଡିଖୋଲସ୍ଥିତ ଟ୍ରାପିକ ଛକ ଉପରେ ପାଳନ କରାଯାଇଛି । ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜେଡି ଜନ୍ମ ଦିବସରେ ମୁଖ୍ୟ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନିତ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସୁଶାସନ ସାଧାରଣ ଲୋକଙ୍କ ପାଖରେ ପହଂଚି ଥିବାରୁ ପଂଚମ ପାଳିରେ ସରକାର ଆାସିବା ସହ ସେ ଆଜି ଓଡିଶା ବାସୀଙ୍କ ଗେହ୍ଲାପୁଅ ପାଲଟିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଶାରଦା ମହାନ୍ତି, ବିପିନ ଜେନା, ନିରଞ୍ଜନ ସେନାପତି, ଯତୀନ୍ଦ୍ର ନାୟକ, ଗଣେଶ୍ୱର ବଳ, ସଞ୍ଜୟ ସ୍ୱାଇଁ ପ୍ରମୁଖ ଅଭିଭାଷଣ ରଖିଥିଲେ । ବ୍ୟସ୍ତ ବହୁଳ ଚଣ୍ଡିଖୋଲ ଛକର ଟ୍ରାପିକ ପୋଷ୍ଟ ନିକଟ ସର୍ଭିଶ ରୋଡକୁ ଅବରୋଧ କରି ପେଣ୍ଡା ଲ କରାଯାଇଥିବାରୁ ଦିନତମାମ ଉକôଟ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ସଭା କାର୍ଯ୍ୟ ଆରମ୍ଭ ହେବା ପରେ ସଭାସ୍ଥଳ ଏବଂ ଆଖପାଖ ଅଂଚଳରେ ଲୋକରୁଣ୍ଡ ହେବା ସହ ରାସ୍ତା ଉପରେ ଗାଡି ରଖିଦେବାରୁ ଦୀର୍ଘ ଅଢେଇ ଘଂଟା ଧରି ରାସ୍ତାର ଉଭୟପଟ ଗାଡି ଘୋଡା ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏଭଳି ଏକ ବ୍ୟସ୍ତବହୁଳ ୧୬ ନଂ ଜାତୀୟ ରାଜପଥରେ ପ୍ରଶାସନ ସଭାକାର୍ଯ୍ୟ କରିବା ପାଇଁ କେଉଁ ଆଧାରରେ ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟ ସମୟରେ ଟ୍ରାଫିକ ପୋଲିସ ଓ ଥାନା ପୋଲିସ ପକ୍ଷରୁ ଟ୍ରାଫିକ ପରିଚାଳନା ପାଇଁ ତପ୍ôରତା ଦେଖାଉ ନଥିବା ବେଳେ ଆଜିର ଭ ିଡ ସମୟରେ ନୀରବଦ୍ରଷ୍ଟା ସାଜିଥିବା ଦେଖରବାକୁ ମିଳିଥିଲା ।

Related Posts

About The Author

Add Comment