ଚଣ୍ଡିଖୋଲ, ୨୯/୮(ସନ୍ଧାନ ନିୟୁଜ)-ଜନଗହଳିପୂଣ୍ଣର୍୍ ଚଣ୍ଡିଖୋଲ ଛକର ହୋଟେଲ ମିଡଇଷ୍ଟ ନିକଟରେ ଥିବା ମୋବାଇଲ ଦୋକାନ ଏମ.ଆଇ. ଷ୍ଟୋରରୁ ସୋମବାର ରାତିରେ ଚୋରୀ ହୋଇଥିବା ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ ହୋଇଛି । ଚୋରମାନେ ଦୋକାନର ପଛପଟ ଲୁହା ଝରକା ଓ ଗ୍ରୀଲ ଭାଙ୍ଗି ରାତିରେ ଦୋକାନ ଭିତରେ ପଶି ସେଥିରେ ଥିବା କେତେକ ମୋବାଇଲ, ଟିଭି, ମୋବାଇଲ ଚାର୍ଜର ଇତ୍ୟାଦି ଚୋରୀ ହୋଇଥିବା ନେଇ ମାଲିକ ଅଭୀଯୋଗରେ ଦର୍ଶାଇଛନ୍ତି । ମଙ୍ଗଳବାର ଦିନ ବଡଚଣା ଥାନା ଅଧିକାରୀ ଦୀପକ ଜେନା, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ଓ ଏ.ଏସ.ଆଇ ସଞ୍ଜିବ ଥାଟ୍ଟୋଇ ସଂପୃକ୍ତ ଷ୍ଟୋରରେ ପହଂଚି ତଦନ୍ତ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ । ଘଟଣା ସଂପର୍କରେ ଥାନାଅଧିକାରୀଙ୍କୁ ପଚାରିବାରୁ ୫୧ଟି ମୋବାଇଲ, ୩ଟି ଟିଭି ଓ ଅଳ୍ପ କେତୋଟି ଚାର୍ଜର ଚୋରୀ ହୋଇଥିବା ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଷ୍ଟୋରରେ ସିସିଟିଭି କ୍ୟାମେରା ଲଗା ଯାଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାଯ୍ୟକ୍ଷମ ନହେବା ୫୧ଟି ମୋବାଇଲ ଚୋରୀ ଯାଇଥିବା ବେଳେ ପ୍ରାୟ ୭/୮ଟି ଖୋଳ ପଡିଥିବା ଦେଖିବାକୁ ମିଳିଥିଲା । ଗତ ୨ ମାସ ପୂର୍ବରୁ ଏହି ଷ୍ଟୋରରଟି ଖୋଲାଯାଇ ବ୍ୟବସାୟ ଆରମ୍ଭ କରାଯାଇଥିଲା । ଏହା ଏକ ପ୍ରାୟୋଜିତ ଚୋରୀ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା ବେଳେ ଟିକସ ଫାଙ୍କିବା କିମ୍ବା ଲୋନ ଉପରେ କରାଯାଇଥିବା ଇନ୍ୟସୁରାନସ ଟଙ୍କା ଫାଙ୍କିବା ପାଇଁ ଏହା ଏକ କପୋଳ କଳ୍ପିତ ଘଟଣା ହୋଇଥାଏ ପାରେ । ଏହି ଘଟଣାକୁ ପୋଲିସ ସତ୍ୟ ଉନ୍ମୋଚନ କରୁଛି ନା ଅଭିଯୋଗକାରୀଙ୍କ ଅଭିଯୋଗକୁ ଆୟୁଧ କରି କେଶ ରୁଜୁ କରୁଛି ତାହା ହିଁ ସମୟ କହିବ ।
ଚଣ୍ଡିଖୋଲ ଛକ ଏମ.ଆଇ.ଷ୍ଟୋରରୁ ଚୋରୀ, କର୍ମଚାରୀ ହାତଥିବା ନେଇ ଆଶଙ୍କା
|
September 3, 2019 |