ଚଣ୍ଡିଖୋଲ କୋର୍ଟର ସିଭିଲ୍ ଜଜଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Spread the love

ଚଣ୍ଡିଖୋଲ,୧୦/୫ (ସନ୍ଧାନ ନିୟୁଜ) ଚଣ୍ଡିଖୋଲ କୋର୍ଟର ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ତଥା ଜେଏମଏଫସି ସୁଶ୍ରୀ ନେହା ଅଗ୍ରୱାଲଙ୍କ ରାଉରକେଲାର ସିଭିଲ୍ ଜଜ୍(ଜୁନିୟର ଡିଭିଜନ୍) ଭାବେ ବଦଳି ପରିପ୍ରେକ୍ଷୀରେ ଚଣ୍ଡିଖୋଲ କୋର୍ଟ୍ ବାର୍ ଆସୋସିଏସନ ପକ୍ଷରୁ ଆଜି ବାର୍ ରୁମ୍ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଆସୋସିଏସନର ସଭାପତି ଜନ୍ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଉଦୟନାଥ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ମାନପତ୍ର ପାଠ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚଣ୍ଡିଖୋଲ କୋର୍ଟର ସିଭିଲ୍ ଜଜ୍ (ସିନିୟର ଡିଭିଜନ୍) ତଥା ସହକାରୀ ଦୌରା ଜଜ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର ଯୋଗଦେଇ ବିଦାୟୀ ବିଚାରପତିଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ ! ବାର୍ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଓ ସଦସ୍ଯମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସୁଶ୍ରୀ ଅଗ୍ରୱାଲଙ୍କ ଦେଢ଼ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ !

Related Posts

About The Author

Add Comment