ଚଣ୍ଡିଖୋଲ କୋର୍ଟବାର ଆସୋସିଏସନ ବର୍ଜନ କଲା ହାଇକୋର୍ଟର କ୍ୟାମ୍ପ କୋର୍ଟ

Spread the love

ଚଣ୍ଡିଖୋଲ,୨୯/୧୦(ସନ୍ଧାନ ନିୟୁଜ/ଏମ ରାଉତ) କଟକରେ ଆଇନଜୀବୀଙ୍କ ଉପରେ ପୋଲିସ କର୍ମଚାରୀଙ୍କ ମରଣାନ୍ତଙ୍କ ଆକ୍ରମଣ ପ୍ରତିବାଦରେ ରାଜ୍ୟ ଓକିଲ ସଂଘ ସାମୁଖ୍ୟ ନିଷ୍ପତି ଜଣାଇ ଦୀର୍ଘ ଦୁଇ ମାସ ଧରି ଚଣ୍ଡିଖୋଲ ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଛି । ଗତକାଲି ବିଜୁ ଆଇନ ସାମୁଖ୍ୟର ଓକିଲମାନେ କୋର୍ଟ ଖୋଲିବା ପାଇଁ ଗୋଟିଏ ଗୋଷ୍ଠୀ ତତ୍ପରତା ପ୍ରକାଶ କଲାପରେ ଓକିଲଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନରେ ବିଜୁ ଆଇନ ସାମୁଖ୍ୟର ସଭ୍ୟମାନେ କ୍ୟାମ୍ପ କୋର୍ଟକୁ ବର୍ଜନ କରି ପୂର୍ବପରି ଆନେ୍ଦାଳନକୁ ଜାରି ରଖିଛନ୍ତି । ଏହି ଆନେ୍ଦାଳନରେ ସଭାପତି ଶରତ ଚନ୍ଦ୍ର ଷଡଙ୍ଗୀ, ସଂପାଦକ ଜନବେହେରା, ବରିଷ୍ଠ ସଭ୍ୟ ଶରତ ଚନ୍ଦ୍ର ବଳ, ଉଦୟନାଥ ସାହୁ, ରେଣୁବାଳା ପ୍ରଧାନ, କୈଳାସ ଚନ୍ଦ୍ର ସାମଲ, ପ୍ରେମାନନ୍ଦ ବେହେରା, ଶିରିସ ସାମଲ ପ୍ରମୁଖ ସମସ୍ତ ସଭ୍ୟ ଫାଟକ ସମ୍ମୁଖରେ ବ୍ୟାନର ଲଗାଇ କାଯର୍୍୍ୟବନ୍ଦ ଆନେ୍ଦାଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

Related Posts

About The Author

Add Comment