ଚଣ୍ଡିଖୋଲ କଲେଜରେ ଜିଲ୍ଲା ସ୍ତରୀୟ ଜାତୀୟ ଯୁବ ସଂସଦ ଅନୁଷ୍ଠିତ
ଚଣ୍ଡିଖୋଲ କଲେଜରେ ଜିଲ୍ଲା ସ୍ତରୀୟ ଜାତୀୟ ଯୁବ ସଂସଦ ଅନୁଷ୍ଠିତ
Manas Kumar Rout |
January 28, 2019 |

ଯାଜପୁର, ୨୮/୧(ସନ୍ଧାନ ନିୟୁଜ/ମାନସ ରାଉତ) ଭାରତ ସରକାରଙ୍କ ଯୁବ ବ୍ୟପାର ବିଭାଗ ଏବଂ ଜାତୀୟ ସେବା ଯୋଜନା ପକ୍ଷରୁ ଆରମ୍ଭ ହୋଇଥିବା ଜିଲ୍ଲା ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ ବାବା ଭୈରବା ନନ୍ଦ ସଂୟ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲରୁ ୭୧ଜଣ ପ୍ରତିଯୋଗୀକାରୀ ଯୁବକ ଯୁବତୀ ଯୋଗଦେଇ ନିଜର ପ୍ରତିଭାର ପଦର୍ଶନ କରିଥିଲେ । ଏଥିରୁ ୩ଜଣ ରାଜ୍ୟ ସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବିଶ୍ୱରେ ଆତଙ୍କବାଦ ଓ ଭାରତର ଅଭଯାନ, ବିଶ୍ୱ ଅର୍ଥନୈତିକ ଅପରାଧ , ଜଳବାୟୁ ପରିବର୍ତ୍ତନରେ ଭାରତର ଭୂମିକା, କ୍ରୀଡାରେ ଭାରତର ସୁବର୍ଣ୍ଣଯୁବ ଆଦି ବିଭିନ୍ନ ବିଷୟ ଉପରେ ଯୁବକ ଯୁବତୀ ମାନେ ନିଜର ତର୍କ ଉପସ୍ଥାପନ କରିଥିଲେ । ଉଦଘାଟନ ଉସôବରେ ମହାବିଦ୍ୟାଳୟର ଅଧ୍ୟକ୍ଷ କେଦାରନାଥ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଚାରକ ଭାବେ ଗୟାଧର ପଣ୍ଡା,ସୁବାଶ ଚନ୍ଦ୍ର ବିଶ୍ୱାଳ,ଡକ୍ଟର ପ୍ରିୟନାଥ ମହାପାତ୍ର, ଡକ୍ଟର ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।ଉଦଯାପନ ଉସôବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ, ସମ୍ମାନୀତ ଅତିଥି ଭାବରେ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ମନୋରଂଜନ ମହାନ୍ତି ଯୋଗଦେଇ ବିଚାରକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାକୁ ଜାତୀୟ ସେବା ଯୋଜନାର ନୋଡାଲ ଅଫିସର ସଲିଲ ରାଜ ନନ୍ଦନ ମହାନ୍ତି ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଂଜୟ କୁମାର ରାୟ, ଦୋଳଗୋବିନ୍ଦ ପ୍ରତାପ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହାକୁ ଯାଜପୁର ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ସଲ୍ଲାଉଦ୍ଦିନ ଲାରି, ଗଙ୍ଗାଧର ବେହେରା, ଅନୀତା ବେହେରା, ସଘମିତ୍ର ଦଳାଇ, କାଦମ୍ବିନି ପଣ୍ଡିତ, ସ୍ମରଣିକା ଦାସ, ସମେତ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ତର୍କ ପ୍ରତିଯୋଗତାରେ ମଧୁସ୍ମିତ ନାୟକ ପ୍ରଥମ, ଲିପସା ମହାନ୍ତି ଦ୍ୱୀତିୟ, ସମ୍ବିତ ଶୁଭଙ୍କର ରାଉତରାୟ ତୃତୀୟସ୍ଥାନ ଅଧିକାର କରିଥିଲେ, ସିଧାର୍ଥ ମିଶ୍ର ଚତୃଥ, ପି୍ରତି ପର୍ଣ୍ଣା ମହାଳିକ ପଂଚମ ସ୍ଥାନ ଅଧିକାର କରିଥିଲେ । କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଏବଂ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
Related Posts
About The Author