ଚଣ୍ଡିଖୋଲରେ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟର ଶୁଭ ଉଦଘାଟନ

Spread the love

ଯାଜପୁର, ୧୬/୨ (ସନ୍ଧାନ ନିୟୁଜ)  ଯାଜପୁର ଜିଲା ଚଣ୍ଡିଖୋଲରେ ସିଭୀଲ ଜଜ (ସିନିୟର ଡିଭିଜନ) କୋର୍ଟର ନୂତନ କାର୍ଯ୍ୟାଳୟକୁ ଶନିବାର ଓଡିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତି ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ଉଦ୍ଘାଟନ କରିବା ସହିତ କୋର୍ଟରେ ସ୍ତାପିତ ଉକôଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତି ଅନାବରଣ କରିଥିଲେ । ଏହି ଉପଲକ୍ଷେ ଏକ ସାଧାରଣ ସଭା କୋର୍ଟ ପରିସରରେ ଚଣ୍ଡିଖୋଲ ବାର୍ ଆସୋସିଏସନର ସଭାପତି ଶରତ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଚାରପତି ସଞ୍ଜୟ କୁମାର ମିଶ୍ର ଯୋଗଦେଇ ଏହି କୋର୍ଟ ଖୋଲିବା ଦ୍ୱାରା ଦୀର୍ଘ ୪୦ କି.ମି. ଦୂର ଯାଜପୁରକୁ ଯାଇ ୬ ଗୋଟି ଥାନା ଅଂଚଳର ଜନସାଧାରଣ ଖର୍ଚ୍ଚାନ୍ତ ଓ ହଇରାଣ ହରକତ ହେଉଥିଲେ । ଆଜି ଏହି ସମସ୍ୟାର ସମାଧାନ ହୋଇପାରିଛି ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ଅତିଥି ଭାବେ ହାଇକୋର୍ଟ ବିଚାରପତି ନ୍ୟାୟମୂର୍ତି ଯଚିନ୍ଦ୍ର ପ୍ରସାଦ ଦାସ ନିଜ ବକ୍ତବ୍ୟରେ ମଧୁବାବୁ ଯେପରି ଗରିବ, ଦୁଃଖୀରଙ୍କିଙ୍କର ମାମଲାକୁ ବିନା ପାରିଶ୍ରମିକ ଓ ଆନ୍ତରିକତା ସହ ଲଢୁଥିଲେ ସେପରି ଚିନ୍ତାଧାରା ନେଇ ଆଇନଜୀବୀ ମାନେ କାର୍ଯ୍ୟ କରିବା ଦରକାର ବୋଲି ଶ୍ରୀଦାସ ଆଇନଜୀବୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯାଜପୁର ଜିଲା ବିଚାରପତି ବିରଞ୍ଚି ନାରୟଣ ମିଶ୍ର ଓ ଓଡ଼ିଶା ବାର କାଉସିଲର ଅଧ୍ୟକ୍ଷ ଡ଼ଃ ଟହଲି ଚରଣ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଖୁବ୍ କମ୍ ଦିନ ମଧ୍ୟରେ ଚଣ୍ଡିଖୋଲ କୋର୍ଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀ ସ୍ଥାପନା ହେବା ଏକ ଗୌରବର ବିଷୟ । କୋର୍ଟ ଖୋଲିଗଲେ ହେବ ନାହିଁ ସାଧାରଣ ଲୋକଙ୍କ ନ୍ୟାୟ ପାଇବାକୁ ହେଲେ ବିଚାର ଧାରାକୁ ତ୍ୱରିତ କରାଇପାରିଲେ ଏହା ସଫଳତା ଆଣିଦେବ ବୋଲି ପ୍ରକାଶ କରିଥିଲେ । ହଜାର ହଜାର ସଂଖ୍ୟାରେ ମାମଲାଗୁଡ଼ିକ ପଡ଼ି ରହୁଛି । ଏହାକୁ କିପରି ତ୍ୱରିତ ବିଚାର କରାଯିବ ସେଥିପ୍ରତି ଓକିଲମାନେ ଧ୍ୟାନ ଦେବାକୁ ଚଣ୍ଡିଖୋଲ କୋର୍ଟର ଓକିଲମାନଙ୍କୁ ନିବେଦନ କରିଥିଲେ । ସମ୍ପାଦକ ଜନ୍ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଇନଜୀବୀ ଉଦୟନାଥ ସାହୁ । କାର୍ଯ୍ୟକ୍ରମ ସଞ୍ଚାଳନ ବରିଷ୍ଠ ଉପଦେଷ୍ଟା ଅନଙ୍ଗ ଓତା କରିଥିଲା ବେଳେ ଧନ୍ୟବାଦ ଦେଇଥିଲେ ରେଣୁବାଳା ମହାନ୍ତି ।

https://www.youtube.com/watch?v=TTOS81WCAxM

ଏହି ଅବସରରେ ପୁଲୱାମା ଠାରେ ମୃତକ ମାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ ଜାତୀୟ ସଂଙ୍ଗୀତ ଗାନ କରାଯାଇଥିଲା । ଉତ୍ସବ ପରିସରରେ ସରକାରୀ ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ , ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ପୂର୍ବତନ ଏମ.ପି ମୋହନ ଜେନା, ଯାଜପୁର ଏସ.ପି ଚରଣ ସିଂ ମିନୀ, ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଏସ.ପି ଅକ୍ଷୟ ଦାସ, ଅବସର ପ୍ରାପ୍ତ ବିଚାରପତି ଗୟାଧର ପଣ୍ଡା, ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ, ଗୋଲଖ ବିହାରୀ ମହାନ୍ତି, ପ୍ରଦୀପ୍ତ କୁମାର ପରିଡ଼ା, ଅଶୋକ ନାଥ ଶର୍ମା, ନଳିନକାନ୍ତ ମିଶ୍ର, ଗୋପାଳ ଚନ୍ଦ୍ର ପଣ୍ଡା, ପ୍ରକାଶ ଦାସ, ଦେବରାଜ ବେହେରା, କୈଳାସ ଚନ୍ଦ୍ର ସାମଲ, ପ୍ରେମାନନ୍ଦ ବେହେରା, ରୁନ୍ଦ୍ର ଚରଣ ମହାନ୍ତିଙ୍କ ସମେତ ଚଣ୍ଡିଖୋଲ କୋର୍ଟର ସମସ୍ତ ଆଇନଜୀବୀ ଓ ମୋହରୀର ପ୍ରମୁଖ ଉପସ୍ଥିତ ଥିଲେ ।

Report, Manas Rout and Prasanta Samal,

Related Posts

About The Author

Add Comment