ବଢ଼ୁଛି ପଦୃଷଣ, ବଦଳୁଛି ପାଣିପାଗ
ଗୃହପାଳିତ ପଶୁଙ୍କ ପାଇଁ ବିପଦ
ମାନବ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ
ଚଣ୍ଡିଖୋଲ, ୨୧/୦୬ (ସନ୍ଧାନ ନିଉଜ) ପଲିଥିନ୍ ଏକ ପଦୃଷଣକାରୀ ଏବଂ ମାନବ ସମାଜ ପାଇଁ କ୍ଷତିକାରକ ଜିନିଷଟିଏ ସାବସ୍ତ୍ୟ ହୋଇଛି । ଆଧୁନିକ ମାନବ ସଭ୍ୟତା ଏହାର ମୋହର ଏତେ ଭାବେ ଜଡିତ ହୋଇଛି କି ପ୍ରତ୍ୟେକ ଜିନିଷି କିଣିବା ଏବଂ ନେବା ଆଣିବାରେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଛି । ମାତ୍ର ଏହାଯେ ପୁରା ଜଗତ ପାଇଁ କ୍ଷତି ସାଧନ କରୁଛି ତାହା ଜାଣିବି ସମ୍ପୂର୍ଣ୍ଣଭୂଲି ଯାଇଛି । ଏହି ପଲିଥିନ୍ ଯେ କେବଳ ମାନବ ପାଇଁ ନୁହେଁ ବରଂ ପଶୁପକ୍ଷୀ ମାନଙ୍କ ପାଇଁ ମଧ୍ୟ କ୍ଷତିକାରକ ସାଜିଛି । ଏପରିକି ଏହି ପଲିଥିନ୍ ପାଇଁ ପରିବେଶ ଦୁଷିତ ହେବା ସହିତ ଏହା ପରିବେଶ ସନ୍ତୁଳନ ରକ୍ଷା କରିବା ଦିଗରେ ମୁଖ୍ୟ ବାଧକ ମଧ୍ୟ ସୃଷ୍ଟି କରିଛି । ପଲିଥିନ୍ ଯଦିଓ ଆମ୍ଭକୁ ଜିନିଷ ପତ୍ର ନେବା ଆଣିବାରେ ସହଯୋଗ କରୁଛି କିନ୍ତୁ ଏଥିରେ ବ୍ୟବହାର ହେଉଥିବା ଟକିସ୍ ଅଳ୍ପ ଏବଂ ଅନ୍ୟନ ଦୃଷିତ ଗ୍ୟାସ ଦ୍ୱାରା ନିମିର୍ତ ହେଉଥିବାରୁ ଏହା ପୁରା ବିଶ୍ୱ ପାଇଁ କ୍ଷିତିସାଧନ କରୁଛି । ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ ଭାରତ ହୋଇଥିବାରୁ ଏହାକୁ ଅଧିକ ବ୍ୟବହାର କରାଯାଇଥାଏ । ଏହା ଏପରି ଏକ ଜିନିଷ ଯାହାକି କେଉଁଥିରେ ବି ମିଳାଇ ଯାଇନଥାଏ । ଏହା ପାଣି, ପବନ, ମାଟିରେ ମିଶିନଥାଏ । ଫଳରେ ଦୀର୍ଘଦନ ଧରି ସେହିଭଳି ରହି ନାନଦି ରୋଗ ସୃଷ୍ଟିର ପ୍ରମୁଖ କାରଣ ହୋଇଥାଏ । ଏପରକି ପଲିଥିନ୍ ପାଇଁ ମାଟର ଉର୍ବରତା ନଷ୍ଟ ହେବା ସହିତ ଚାଷ କାର୍ଯ୍ୟରେ ମଧ୍ୟ ଅସୁବିଧା ସୃଷ୍ଟି କରିଥାଏ । ଏହି ସବୁ ପ୍ରମୁଖ କାରଣରୁ ଭାରତ ସରକାର ୨୦୧୯ ମସିହା ଅକ୍ଟୋବର ୨ ଗାନ୍ଧୀଜୟନ୍ତୀ ଦିନ ସାରା ଦେଶରେ ଏହାର ବ୍ୟବାହାର ଉପରେ ନିଷେଧ ଜାରି କରିଥିଲେ । ବିଶେଷ କରି ଖାଦ୍ୟ ଏବଂ ପରିବା ଦୋକନା ମାନଙ୍କ ମଧ୍ୟରେ ଏହାର ବ୍ୟବହାରକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହିତ ଯିଏବି ଏହାର ବ୍ୟବହାର କରିବା ତାହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟମ କରିଥିଲେ । ଏପରକି ବିଭିନ୍ନ ହୋଟେଲ ମାନଙ୍କରେ ଖାଦ୍ୟ ନେବା ଆଣିବା ଉପରେ ମଧ୍ୟ ଏହାର ରୋକ ଲଗାଯାଇଥିଲା । ପ୍ରାଥମିକ ପ୍ରର୍ଯ୍ୟୟରେ ବିଭିନ୍ନ ସହରରେ ଏହାର ବନ୍ଦ କରିଯିବା ସହିତ ଯେଉଁମାନ ଏହାର ବ୍ୟବହାର କରୁଥିଲେ ତାଙ୍କ ଉପରେ ଚଢ଼ାଉ କରାଯାଇ ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା । ଏପରକି ସେହି ସମୟରେ ଏହାର ବନ୍ଦ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା । ମାତ୍ର ଏହା ପରେ ଏହା ଠପ ହୋଇପଡିଥିଲା । ପୁଣି ଯେସାକୁ ତେସୋ ନୀତିରେ ସବୁଆଡେ ସହଜରେ ନଷ୍ଟ ହୋଇପାରୁଥିବା ବ୍ୟାଗ ବଦଳରେ ପଲିଥିନ୍,ପ୍ଳାଷ୍ଟିକ ପଲିଥିନର ବ୍ୟବହାର ଚାଲିଛି । ଏପରକି ଏହା କମ୍ ଦାମରେ ମିଳୁଥିବାରୁ ଏହାକୁ ବ୍ୟବସ୍ଥାୟୀ ମାନେ ପୁଣି ବ୍ୟବହାର କରିବାରେ ଲାଗିପଡିଲେଣି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଏକ ମୁଖ୍ୟ ବଜାର ହୋଇଥିବା ବେଳେ ଏଠାରେ ବହୁ ଲୋକ ପରିବା ଏବଂ ଖାଦ୍ୟ ସମାଗ୍ରୀ କିଣିଥାନ୍ତି । ମାତ୍ର ଏଠାରେ ଲୋକାମାନଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶର ସୁରକ୍ଷା କଥା ଦୋକାନୀ ମାନେ ଚିନ୍ତା ନକରି ପୁଣିଥରେ ବ୍ୟାପକ ପଲିଥିନର ବ୍ୟବହାର କରୁଥିବାର ଦେଖାଯାଉଛି । ଏପରିକି କମ୍ ଟଙ୍କା ପାଇଁ ଦୃଗନ୍ଦଯୁକ୍ତ ପଲିଥିନ୍ ମଧ୍ୟ ବ୍ୟବହାର କରୁଛନ୍ତି । ୨୦୧୯ରେ ହୋଇଥିବା ନିୟମ ସମୟରେ ଏଠାରେ ମଧ୍ୟ ପଲିଥନ ବ୍ୟବହାର କମିବା ସହିତ ସହଯରେ ନଷ୍ଟ ହୋଇପାରୁଥିବା ପଲିଥିନ ବ୍ୟବହାର କରାଯାଇଥିଲା । ମାତ୍ର ଏହା ଏବେ ନକରି ସେହି ଦୃଷିତ ପଲିଥିନ ବ୍ୟବହାର କରଯାଉଛି । ଯାହା ଫଳରେ ପୁଣି ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏହି ଅଂଚଳରେ ଅସୁବିଧା ସୃଷ୍ଟି ହୋଇଛି । ଏହି ପଲିଥିନ ଗୁଡିକ ରାସ୍ତାର ଏଣେତେଣେ ପଡିଥିବାରୁ କାଳବୈଶାଖୀ ପ୍ରଭାବରେ ଉଡି ପବନରେ ବୁଲିବା ଫଳରେ ଲୋକମାନେ ନାହିଁ ନଥିବାର ଅସୁବିଧାରେ ପଡିଥିଲେ । ଏପରକି ଏହି ଅଂଚଳରେ ଥିବା ଶତାଧିକ ହୋଟେଲରେ ମଖ୍ୟୁତଃ ଖାଦ୍ୟ ନେବା ଆଣିବାରେ ଏହି ଦୁଷିତ ପଲିଥିନ୍ ବ୍ୟବହାର କରାଯାଉଛି । ଅନ୍ୟପଟରେ ପରିବା ଏବଂ ଫଳ ଦୋକାନୀ ମାନେ, ତେଜେରାତି ଦୋକାନୀ, କ୍ଷୀର ଦହି, ମାଛ ମାଂସ ଦୋକାନୀ, ମଡିସିନ୍ ଦୋକାନୀ ମାନେ ମଧ୍ୟ ଏହାକୁ ବହୁଳଭାବେ ବ୍ୟବହାର କରୁଛନ୍ତି । ନିକଟରେ ରାସ୍ତା କଢରେ ଏଭଳି ପଲିଥିନ୍ ପଡିଥିବାରୁ କେତକ ଗାଇ ଗୋରୁ ଖାଇବା ଫଳରେ ସ୍ୱାସ୍ଥ୍ୟ ଖରାପ ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ଏତେ ସବୁ କଟକଣା କରିବା ପରେ ମଧ୍ୟ ଦୋକାନୀ ମାନେ ଏହାକୁ ନମାନି ଏବଂ ପ୍ରଶାସନ ମଧ୍ୟ ଏହା ଉପରେ ଦୃଷ୍ଠି ଦେଉନଥିବାରୁ ଏହାର ବ୍ୟବହାର ଅଧିକରୁ ଅଧିକ ଭାବରେ ବଢ଼ିବାରେ ଲାଗିଛି । ତେବେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ପରିବେଶ ବିତ୍ ବୁଦ୍ଧିଜିବୀ ଏବଂ ସ୍ୱଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ, ସିଡ୍, ପ୍ରଗତି, ଆମ ଏøତିହ, ଆମ ଅଧିକାର ପ୍ରମୁଖ ଦାବି କରିଛନ୍ତିି ।