ଚଉଷଠିପଡାଗଡ଼ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ସଂପନ୍ନ
ଚଉଷଠିପଡାଗଡ଼ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ସଂପନ୍ନ
Sandhan News |
June 17, 2019 |
![](https://sandhannews.com/wp-content/uploads/2019/06/IMG-20190617-WA0022.jpg)
ଯାଜପୁର, ୧୭/୬ (ସନ୍ଧାନନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳାବ୍ଳକ ଅନ୍ତର୍ଗତ ଚଉସଠିପଡାଗଡ଼ସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଆଜି ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ,ଦେବୀ ସୁଭଦ୍ରା, ଓ ସୁଦର୍ଶନଙ୍କ ପବିତ୍ର ଦେବସ୍ନାନ କାର୍ଯ୍ୟକ୍ରମ ରୀତିନୀତି ଅନୁଯାୟୀ ସୁଚାରରୂପେ ସଂପନ୍ନ ହୋଇଯାଇଛି । ରାଜା ବିଦ୍ୟାଧର ଛୋଟରାୟ ଭୁୟଂ। ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଆୟୋଜିତ ଏହି ପବିତ୍ର
କାର୍ଯ୍ୟକ୍ରମରେ ,କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ ୧୦ ଘଟିକା ସ୍ନାନମଣ୍ଡପ ସଂସ୍କାର ଓ ହୋମ ୧୦ ,୩୦ ରେ ସେବାୟତଙ୍କ ଦ୍ଵାରା ଧାଡିପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ବିଜେକରା ଯିବା ସଙ୍ଗେ ସଙ୍ଗେ ପଣ୍ଡିତ ମାଧବାନନ୍ଦ ପଣ୍ଡା ,ସୋମ୍ୟରଂଜନ ପଣ୍ଡା ,ରଶ୍ମିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ ,ହର ଗୋବିନ୍ଦ ପଣ୍ଡା ,ମନ୍ଥନ ପଣ୍ଡା , ତପନ ପଣ୍ଡା , ସୋମନାଥ ପଣ୍ଡା , ଓ ଗଣେଶ୍ୱର ପଣ୍ଡାଙ୍କ ଦ୍ବାରା ସମସ୍ତ ଉପାସନା କାର୍ଯ୍ୟ ବୈଧିକରୀତିନୀତିମତେ ସମ୍ପାଦନା କରାଯାଇଥିଲା । ପରେ ଶ୍ରୀ ମହାପ୍ରଭୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା । ଏହାକୁ ଉପଭୋଗ କରିବା ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ରାଜ କର୍ମଚାରୀ ପଞ୍ଚାନନ ବାରିକ ଓ ବାଇଧର ବେହେରା ସହଯୋଗ କରିଥିଲେ ।
Related Posts
About The Author