ଚଉଷଠିପଡାଗଡ଼ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ସଂପନ୍ନ
|
June 17, 2019 |


କାର୍ଯ୍ୟକ୍ରମରେ ,କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ ୧୦ ଘଟିକା ସ୍ନାନମଣ୍ଡପ ସଂସ୍କାର ଓ ହୋମ ୧୦ ,୩୦ ରେ ସେବାୟତଙ୍କ ଦ୍ଵାରା ଧାଡିପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ବିଜେକରା ଯିବା ସଙ୍ଗେ ସଙ୍ଗେ ପଣ୍ଡିତ ମାଧବାନନ୍ଦ ପଣ୍ଡା ,ସୋମ୍ୟରଂଜନ ପଣ୍ଡା ,ରଶ୍ମିରଞ୍ଜନ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ ,ହର ଗୋବିନ୍ଦ ପଣ୍ଡା ,ମନ୍ଥନ ପଣ୍ଡା , ତପନ ପଣ୍ଡା , ସୋମନାଥ ପଣ୍ଡା , ଓ ଗଣେଶ୍ୱର ପଣ୍ଡାଙ୍କ ଦ୍ବାରା ସମସ୍ତ ଉପାସନା କାର୍ଯ୍ୟ ବୈଧିକରୀତିନୀତିମତେ ସମ୍ପାଦନା କରାଯାଇଥିଲା । ପରେ ଶ୍ରୀ ମହାପ୍ରଭୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା । ଏହାକୁ ଉପଭୋଗ କରିବା ନିମନ୍ତେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶେଷରେ ରାଜ କର୍ମଚାରୀ ପଞ୍ଚାନନ ବାରିକ ଓ ବାଇଧର ବେହେରା ସହଯୋଗ କରିଥିଲେ ।