ଯାଜପୁର, ୦୬/୦୪ (ସନ୍ଧାନ ନିୟୁଜ) ରାଜ୍ୟ ସରକାର କୋଭିଡ ପାଇଁ ହୋଲି ଖେଳକୁ ବନ୍ଦ କରିଥଲେ । ସେହି ଦିନ ବିଭିନ୍ନ ସ୍ଥାନରେ ହୋଲି ଖେଳିବାକୁ ବାରଣ କରାଯିବା ସହି ଘରେ ସୁରକ୍ଷିତ ରହିବାକୁ କୁହାଯାଇଥିଲା । ଏପରକି ପୋଲିିସ ମହାନଦ୍ଦ୍ର୍ଶକ ଏହା ଉପରେ ଦୃଷ୍ଟି ଦେବାକୁ ପାଇଁ ସମସ୍ତ ଏସପି ଏବଂ ପୋଲିସ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଯାଜପୁରର ପାଣିକୋଇଲି ପୋଲିସ ନବୀଟ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ମାନିବେ କଣ ଯେମିତ ହୋଲିରେ ଯୁବଗୋଷ୍ଠୀ ମଦ ପିଇ ରାସ୍ତାରେ ଡିଜେ ସାଉଣ୍ଡ ଧରି ନାଛନ୍ତି ସେଭଳି ଭାବରେ ପାଣିକୋଇଲି ପୋଲିସ ଟିମ୍ ଥାନା ଭିତରେ ନାଗିନ୍ ଡ୍ୟାନ୍ସ ଲଗାଇ ମଦୁଆଙ୍କ ବେଶ ଧରି ବେଶ ନାଚି ନାଚି ଉତ୍ପାତ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । କିଓ ମୁଖିଆ କଣ ଆମ ଆର୍ଦଶ ସେ କହିବ ବୋଲି କଣ ଆମେ ଟିକେ ଖେଳିବୁନି ନା ମଜା କରିବାନି । ଏମିତି ନ୍ୟାୟରେ ପୋଲିସ ଟିମ୍ ପୁରା ମଶଗୁଲ ହୋଇଥିବାର ଦେଖିବାକୁ ମଳିଛି । ଖାଲିଯେ ସେତିକି ନୁହେଁ ଖୋଦ ମହିଳା ପୋଲିସ ବି ମାତୁଆଲ ଅବସ୍ଥାରେ ରହିଥିବା ବେଳେ ତାଙ୍କୁ ଧରି ଅନ୍ୟ ପୋଲିସ କର୍ମଚାରୀ ଯେମିତି ନାଚୁଛନ୍ତି ତାହା ନକହିବା ଭଲ । ତେବେ ଏତେ ବଦନାମର ଛିଟା ମୁଣ୍ଡାଇବା ପରେ ପୋଲିସ ପୁଣିଥରେ ଶୁଙ୍ଖଳା ପାଠକୁ ପ୍ରଥମରୁ ପଢ଼ିବାକୁ ବହୁ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।
ଘୋଡା ମଦୁଆଙ୍କ ରୂପରେ ପାଣିକୋଇଲି ପୋଲିସ ଟିମ୍; ଜିଲ୍ଲା ମୁଖିଆଙ୍କ ପାଖରେ ଖବର ଅଛିତ?
|
April 6, 2021 |