ଘାଗରବେଡ଼ାରୁ ସମ୍ବର ଉଦ୍ଧାର କରି

Spread the love

ରରୁଆଁ, ୧୮/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଆଜି ଏକ ବିରାଟ ସମ୍ବର ଜନବସତିକୁ ପାଳପଶିଆସିଥିଲା । ଏନେଇ ଖବର ପାଇବା ପରେ ବନବିଭାଗ କର୍ମଚାରୀମାନେ ପହଂଚି ତାକୁ ଉଦ୍ଧାର କରିଛନ୍ତି । ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ଘାଗରବେଡ଼ା ଗ୍ରାମରେ ସକାଳ ପ୍ରାୟ ୭ଟା ହେବ। ଏହି ସମୟରେ ଏକ ବିରାଟ ସମ୍ବର ଘାଗରବେଡ଼ା ଗ୍ରାମ ଭିତକୁ ପଶିଆସିଥିଲା । ଖବର ପାଇ ଘାଗରବେଡ଼ା ଫରେଷ୍ଟର ରତ୍ନାକର ବାରିକ ତଥା ଅନ୍ୟ କର୍ମଚାରୀମାନେ ପହଂଚିଥିଲେ।ସେମାନେ ସମ୍ବରଟିକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ତାହା ଜଙ୍ଗଲ ଆଡ଼କୁ ନ ଯାଇ ଶିକ୍ଷକ ସୁନ୍ଦର ଗିରିଙ୍କ ଘରେ ପଶିଯାଇଥିଲା । ଏହି ସମୟରେ ସମ୍ବରଟିକୁ କାବୁ କରାଯାଇପାରିଥିଲା । ବନକର୍ମଚାରୀମାନେ ତାକୁ ଧରି କରଞ୍ଜିଆ ଡିଏଫଙ୍କ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ ସମ୍ବରଟିର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଶିମିଳିପାଳ ଜଙ୍ଗଲରେ ଛଡ଼ାଯାଇଥିବା ଜଣାପଡ଼ିଛି।ଉଲ୍ଲେଖ ଥାଉକି ଘାଗରବେଡ଼ା ଗ୍ରାମ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ରହିଛି । ସମ୍ବରଟି ଝାଡ଼ଖଣ୍ଡର ଖଇରୀଦଣ ଜଙ୍ଗଲରୁ କୌଣସି କାରଣ ଯୋଗୁ ବାହାରକୁ ବାହାରି ଆସିଥିଲା ଏବଂ ବାଟ ଭୁଲିଯାଇ ଜନବସତି ମୁହାଁ ହୋଇଥିଲା

Related Posts

About The Author

Add Comment