ବାରିପଦା, ୦୯.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): – ବାରିପଦା ଉପକଣ୍ଠ ଚିପଟଅସ୍ତିଆ ଠାରେ ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଇଟା ବୋଝେଇ ଟ୍ରାକ୍ଟର । ତେବେ ଟ୍ରାକ୍ଟରରେ ଥିବା ୩ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ଖଲାସୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ମୃତ ମହିଳା ଜଣକ ହେଲେ ଯଶୀପୁର ଅଞ୍ଚଳର ବୁଦ୍ଧିନୀ ସିଂ ଏବଂ ଗୁରୁତର ଦୁଇଜଣ ହେଲେ ଯଶୀପୁର ଅଞ୍ଚଳର ଖୁଦୁରାମ ସିଂ ଓ ବିଶୋଇ ଅଞ୍ଚଳର ଫଗୁରାମ ମାଝା । ଇଟା ବୋଝେଇ ଟ୍ରାକ୍ଟର କୁଳିଅଣାର ଗାଙ୍ଗରାଜ ପଟୁ ବାରିପଦା ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣାରେ ଘର ଭିତରେ ଥିବା ଲୋକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରଟି ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।
ଘର ଭିତରେ ପଶିଲା ଇଟା ବୋଝେଇ ଟ୍ରାକ୍ଟର, ମହିଳାଙ୍କ ମୃତ୍ୟୁ, ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ
|
January 9, 2021 |



