ସୁକିନ୍ଦା/୦୫/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଙ୍ଗଲ ଗ୍ରାମ ପଞ୍ଚାୟତ ଅଧିନ ରଗଡ଼ି ଗ୍ରାମରେ ଭୟା ଭୟ ଅଗ୍ନିକାଣ୍ଡ ଘଟି ୩ ଟି ବଖରା ଘର ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗତ ସୋମବାର ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟ ହେବ ରଗଡ଼ି ଗ୍ରାମର ବିସୁନୁ ମୁଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୌଣସି ବଶତଃ ନିଆଁ ଲାଗିଯାଇ ଥିଲା । ପଦାକୁ ଦୌଡ଼ି ପଳେଇ ଆସି ଗାଁ ଲୋକ ମାନଙ୍କୁ ଡାକିଥିଲେ ଏବଂ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଫୋନକରି ଡକାଇ ଥିଲେ ସୁକିନ୍ଦା ଓ କଳିଙ୍ଗ ନଗର ଟାଟା କମ୍ପାନର ୩ ଟି ଦମକଳ ଗାଡ଼ି ଆସି ପହଁଚି ଗ୍ରାମ ବାସୀଙ୍କ ସହିତ ମିଶି ନିଆଁକୁ ଆୟତ କରିଥିଲେ । ନିଆଁ ଆୟତ ହେଲା ବେଳକୁ କୌଣସି ଗୋଟିଏ ବି ଜିନିଷ ଘର ଭିତରୁ ଉଦ୍ଧାର କରି ପାରି ନଥିଲେ ,ଘର ଭିତରେ ଥିବା ୩୦ ବସ୍ତା ଧାନ,ଚାଉଳ ,ଟଙ୍କା ଲୁଗା ପଟା ଏବଂ ସମସ୍ତ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସାହାଯ୍ୟର ହାତ ବଢ଼ାଇବା ପାଇଁ ସ୍ଥାନୀୟ ରାଜ ନେତା ମାନେ ଆଗେଇ ଆସିଥିଲେ । ବିସୁନୁ ର ଘର ପାଖରେ ପହଞ୍ଚି ତାଙ୍କୁ ଶାନ୍ତନା ଦେବା ସହ ଡାଲି ଚାଉଳ ରାସନ ସହ ପୋଷାକ ପ୍ରଦାନ କରିବା ସହ ପାଲିଥିନି ବ୍ୟବସ୍ଥା କରି ଯେତେ ସମ୍ଭବ ସରକାରୀ ସୁଭିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବିପର୍ଣ୍ଣଙ୍କ ପାଖରେ ପହଁଚି ବାରେ ପିଙ୍ଗଲ ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ଅଲେଖ ନାଥଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ପଦ୍ମାବତୀ ଜେନା, ଉପାଧକ୍ଷ ଦିବ୍ୟରଞ୍ଜନ ବରାଳ ,ଯୁବ ସଭାପତି ସୁଜିତ୍ ରାଉତ, ଓ ସ୍ଥାନୀୟ ବିଜେଡ଼ି କର୍ମୀମାନେ ଉପସ୍ଥିତି ରହି ରାସନ ସାମଗ୍ରୀ ପ୍ରଦାନ କରି ତୁରନ୍ତ ଥଇଥାନର ବେବସ୍ତା କରିବେ ବୋଲି କହିଛନ୍ତି ।।
ତାଜା ଖବର
- କାଗଜ କଲମରେ ସ୍ବାସ୍ଥ୍ୟ ସେବା, ବାସ୍ତବରେ ଅବହେଳା ଫେଲ୍ ମାରିଛି କି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଭିତ୍ତିଭୂମି ଯୋଜନା?
- ଚେ।ର ମାନଙ୍କ ଟାର୍ଗେଟରେ ଦଶରଥପୁର ଲୁଟିନେଲେ ସୁନା ଟଙ୍କା
- କାଜୁ ବଗିଚାରୁ ହାଜତରୁ ଚମ୍ପଟ ମାରିଥିବା ଆସାମୀ ଗିରଫ
- ବ୍ରହ୍ମବରଦା ଥାନା ପରିଶରରେ ଏସ୍ଡି ପିଓ ସାମ୍ବାଦିକ ସମ୍ମିଳନୀ କଲେ
- ରାମନବମୀ ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଶୋଭାଯାତ୍ରା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ୧୯୯୧ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ଗୁରୁପୂଜନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ
- ଅଗ୍ନି କାଣ୍ଡରେ ଦୁଇ ବଖରା ଜଳିଗଲାନିଆଁରେ ପୋଡିହୋଇ ଗୋଟିଏ ଗାଇ ମୃତଡେରିରେ ଦମକଳ ପହଞ୍ଚିବାକୁ ନେଇ ଅସନ୍ତୋଷ
- ବିଜୁ ପଟ୍ଟନାୟକ ଙ୍କୁ ସମାଲୋଚନା କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ହରଡ଼ଘଣାରେ।
- ଭାରସାମ୍ୟ ହରାଇ ବାଇକ୍ ଚାଳକଙ୍କ ମୃତ୍ୟୁ


