ସୁକିନ୍ଦା/୦୫/୦୪/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିଙ୍ଗଲ ଗ୍ରାମ ପଞ୍ଚାୟତ ଅଧିନ ରଗଡ଼ି ଗ୍ରାମରେ ଭୟା ଭୟ ଅଗ୍ନିକାଣ୍ଡ ଘଟି ୩ ଟି ବଖରା ଘର ପୋଡ଼ି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ଗତ ସୋମବାର ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟ ହେବ ରଗଡ଼ି ଗ୍ରାମର ବିସୁନୁ ମୁଣ୍ଡାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ କୌଣସି ବଶତଃ ନିଆଁ ଲାଗିଯାଇ ଥିଲା । ପଦାକୁ ଦୌଡ଼ି ପଳେଇ ଆସି ଗାଁ ଲୋକ ମାନଙ୍କୁ ଡାକିଥିଲେ ଏବଂ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଫୋନକରି ଡକାଇ ଥିଲେ ସୁକିନ୍ଦା ଓ କଳିଙ୍ଗ ନଗର ଟାଟା କମ୍ପାନର ୩ ଟି ଦମକଳ ଗାଡ଼ି ଆସି ପହଁଚି ଗ୍ରାମ ବାସୀଙ୍କ ସହିତ ମିଶି ନିଆଁକୁ ଆୟତ କରିଥିଲେ । ନିଆଁ ଆୟତ ହେଲା ବେଳକୁ କୌଣସି ଗୋଟିଏ ବି ଜିନିଷ ଘର ଭିତରୁ ଉଦ୍ଧାର କରି ପାରି ନଥିଲେ ,ଘର ଭିତରେ ଥିବା ୩୦ ବସ୍ତା ଧାନ,ଚାଉଳ ,ଟଙ୍କା ଲୁଗା ପଟା ଏବଂ ସମସ୍ତ ଆସବାପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ସାହାଯ୍ୟର ହାତ ବଢ଼ାଇବା ପାଇଁ ସ୍ଥାନୀୟ ରାଜ ନେତା ମାନେ ଆଗେଇ ଆସିଥିଲେ । ବିସୁନୁ ର ଘର ପାଖରେ ପହଞ୍ଚି ତାଙ୍କୁ ଶାନ୍ତନା ଦେବା ସହ ଡାଲି ଚାଉଳ ରାସନ ସହ ପୋଷାକ ପ୍ରଦାନ କରିବା ସହ ପାଲିଥିନି ବ୍ୟବସ୍ଥା କରି ଯେତେ ସମ୍ଭବ ସରକାରୀ ସୁଭିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ବିପର୍ଣ୍ଣଙ୍କ ପାଖରେ ପହଁଚି ବାରେ ପିଙ୍ଗଲ ପଞ୍ଚାୟତ ବିଜେଡ଼ି ସଭାପତି ଶ୍ରୀ ଅଲେଖ ନାଥଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ଅଧକ୍ଷା ଶ୍ରୀମତୀ ପଦ୍ମାବତୀ ଜେନା, ଉପାଧକ୍ଷ ଦିବ୍ୟରଞ୍ଜନ ବରାଳ ,ଯୁବ ସଭାପତି ସୁଜିତ୍ ରାଉତ, ଓ ସ୍ଥାନୀୟ ବିଜେଡ଼ି କର୍ମୀମାନେ ଉପସ୍ଥିତି ରହି ରାସନ ସାମଗ୍ରୀ ପ୍ରଦାନ କରି ତୁରନ୍ତ ଥଇଥାନର ବେବସ୍ତା କରିବେ ବୋଲି କହିଛନ୍ତି ।।
ତାଜା ଖବର
- ବନ୍ଧୁକ ମୁନରେ ଲୁଟ ଘଟଣା,: ଗିରଫ ହେଲେ ୫ ଡକାୟତ: ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ
- ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
- ତିଆରି ହେଲା ଇତିହାସ, ୧୯ ତମ ବିଭାହ ବାର୍ଷିକୀରେ ଦମ୍ପତି ଚୁକ୍ତି କଲେ ମର ଶରୀର ଦାନ
- ଜମନକିରା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ, ୫୩୮ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା
- ଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ଶୁଭାରମ୍ଭ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ ?
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ