ଯାଜପୁର ସଦର, ୨୫ା୦୯ (ସନ୍ଧାନ ନିୟୁଜ): ଏପରି ଘଟଣା ଦେଖିବାକୁ ମିଳିଚି ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ୨୬ ନଂ ୱାର୍ଡ ମୁଣ୍ଡମାଳ ଗ୍ରାମରେ । ଦୃବୁର୍ତ୍ତମାନେ ବିଳମ୍ବିତ ରାତିରେ ଘରର ତାଲା ଭାଙ୍ଗିବା ସହିତ ୧୦ ଲକ୍ଷ ଟଙ୍କା ସୁନା ଅଳଙ୍କାର ଲୁଟୁନଇଥିବା ଅଭିଯୋଗ ହୋଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁ ରୋଡ ଥାନା ମୁଣ୍ଡମାଳ ଗ୍ରାମର ଶୈଳଶ୍ରୀ ତ୍ରୀପାଠୀଙ୍କ ଘରର ତାଲା ଭାଙ୍ଗିବା ସହିତ ୧୦ଲକ୍ଷ ଟଙ୍କା ୩ଭରି ସୁନା ଦୃବୁର୍ତ୍ତମାନେ ନେଇଯାଇଥିବା ଜଣାଯାଇଚି । ଏହି ଘଟଣା ଜଣା ପବିବା ପାରେ ଯାଜପୁର ରୋଡ଼ ପୋଲିସ ନିକଟରେ ଅଭିଯୋଗ କରାଯିବା ସହିତ ଯାଜପୁର ଥାନା ଆଇଆଇସି ଘଟଣା ସ୍ଥଳରେ ପହଁଞ୍ôଚ ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ ଟିମ ତଦନ୍ତ କରି ଫରି ଯାଇଥିବା ଜଣାଯାଇଚି । ଯାଜପୁର ରୋଡ଼ ଥାନା ଅଧିକାରୀ ଏହି ଚୋରୀ କେସକୁ ଗୁରୁତର ସହିତ ନେଇଥିବା ଜଣାଯାଇଚି । ପୋଲିସ କୁକୁର ଆସିବା ସହିତ ଚୋରୀ ଉନ୍ମୋଚନ ହେବ ବୋଲି ଚୋରୀ ଯାଇଥିବା ଗହଣା ନଗଦ ଟଙ୍କା ସମ୍ପର୍କରେ କୌଣସି ସୂଚନା ରିିପୋର୍ଟ ଲେଖା ହେଲା ବେଳକୁ ମିଳିନଥିବା ଥାନା ସୁତ୍ରରୁ ପ୍ରକାସ କରାଯାଇଚି ।
ଘର ତାଲାଭାଙ୍ଗି ୧୦ଲକ୍ଷ ଟଙ୍କା ସୁନା ଲୁଟିନେଲେ
|
September 25, 2022 |
