ବାଲେଶ୍ବର, ୦୧.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ନବବର୍ଷ ପୂର୍ବରୁ ଅଘଟଣ । ଘରୋଇ କଳିରୁ ନିଜର ଦୁଇ ଶିଶୁକୁ ମାଆ ବିଷ ପିଆଇ ଦେଇଛି । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ସୋର ତଳନଗରରେ ଏହି ଅଘଟଣ ସାମ୍ନାକୁ ଆସିଛି । ଗୁରୁବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ମାଆ ନିଜ ଯାଆଁଳା ଶିଶୁଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇଛି । ଏଥିରେ ଦେଢ ବର୍ଷର ଦୁଇ ଯାଆଁଳା ଶିଶୁ ପୁତ୍ର ଗୁରୁତର ହୋଇ ପଡିଛନ୍ତି । ମାଆ ମଧ୍ୟ ବିଷ ପିଇ ଗୁରୁତର ହୋଇ ପଡିଛି । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘରୋଇ କଳିରୁ ଅଘଟଣ, ୨ ଶିଶୁଙ୍କୁ ବିଷ ଦେଇଦେଲା ମାଆ, ନିଜେ ମଧ୍ୟ ପିଇଲା
|
January 1, 2021 |