ଘରେ ମାସ୍କ ତିଆରି କରୁଛନ୍ତି ନେତ୍ରୀ

Spread the love
ଭୁବନେଶ୍ୱର, ୧୨/୦୪/୨୦ (ସନ୍ଧାନ ନିଉଜ) : କରୋନା ସଂକ୍ରମଣକୁ ରୋକିବା ପାଇଁ ଘରୁ ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ଆଜିଠୁ ବାଧ୍ୟତାମୂଳକ କରିଛନ୍ତି। ତେବେ ପର୍ଯ୍ୟାପ୍ତ ପରିମାଣର ମାସ୍କ ଉପଲବ୍ଧ କରାଇବା ନିମନ୍ତେ ମହିଳା ଏସଏଚଜିଗୁଡ଼ିକୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଉଥିବାବେଳେ ନିଜ ହାତରେ ଘରେ କିଭଳି ମାସ୍କ ତିଆରି ହୋଇପାରିବ ସେ ନେଇ ରାଜନୀତିକ ଦଳର ନେତ୍ରୀମାନେ ଆଗେଇ ଆସି ଲୋକଙ୍କୁ ସଚେତନ କରାଉଥିବା ଜଣାପଡ଼ିଛି। ଦେଶବ୍ୟାପୀ ଏବେ ଲକଡାଉନ୍ ଚାଲିଥିବାବେଳେ ଗତ କିଛିଦିନ ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଓ ତାଙ୍କ ଝିଅ ସିଲେଇ ମେସିନରେ ମାସ୍କ ପ୍ରସ୍ତୁତ କରିବାର ଫଟୋ ସମେତ ବିଜେଡି ଓ ବିଜେପିର ନେତ୍ରୀମାନେ ନିଜ ନିଜସ୍ତରରେ ମାସ୍କ ପ୍ରସ୍ତୁତ କରିବା ଓ ଘର ତିଆରି ମାସ୍କ ପିନ୍ଧି ଲୋକଙ୍କୁ ସଚେତନ କରାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

Related Posts

About The Author

Add Comment