ବାରିପଦ; ୦୪/୦୭ (ସନ୍ଧାନ ନିଉଜ) -ଆନନ୍ଦପୁର ସୀମାବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ସାତକୋଶିଆ ପଞ୍ଚାୟତ ଧଡିକିଡିହା କଲୋନୀସାହିରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଛି । ଘରେ କେହି ନଥିବା ସୁଯୋଗରେ କେହି ଦୃବୁତ ଧାରୁଆ ଅସ୍ରରେ ତାଙ୍କୁ ହାଣି ପଳାଇଡଛନ୍ତି । ମୃତ ଯୁବତୀ ଜଣକ ହେଲେ ସୁନିଲ ସିଙ୍କୁଙ୍କ ଝିଅ ସୁନୟନା ସିଙ୍କୁ (୧୮) ମୃତ ଦେହକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖାଯାଇଛି । ଖବର ପାଇଁ ମହୁଲଡିଆ ଥାନା ଓ ଆଇସି ଶଶଧର ସେଠୀ ଘଟଣା ସ୍ଥଳକୁ ଯାଇଁ ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ସମ୍ପର୍କରେ ଠିକ୍ ସୂଚନା ମିଳିନଥିଲେ ହେଁ ପ୍ରେମ ଜନିତ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବାର ନନେ୍ଦହ କରାଯାଉଛି । ସୁନାୟନା ଆନନ୍ଦପୁର କଲେଜରୁ +୨ ବିଜ୍ଞାନରେ ଗତବର୍ଷ ଉତ୍ତୀର୍ଣ୍ଣ ହେବାପରେ ଗାଁର ଅନ୍ୟ ଜଣେ ଝିଅ ସହିତ ଢେଙ୍କାନାଳର ଏକ ବେସରକାରୀ ସଂସ୍ଥାର ଚାକିରି କାରିଥିଲେ । ଗତ ୩୦ ତାରିଖ ଦିନ ସୁନୀଲ ନିଜ ଅଟୋରେ ଯାଇ ଝିଅକୁ ଢେଙ୍କାନାଳରୁ ଘରକୁ ଆଣି ଥିଲେ । ଆଜି ପୂର୍ବାହନ ୧୦ଟା ବେଳେ ସିନୀଲ ଓ ତାଙ୍କ ପତ୍ନୀ ଜେମାମଣୀ ଅଟୋରେ ସାତକୋଣିଆ ବ୍ୟାଙ୍କ ଏବଂ ହାଟରୁ ସଉଦା ଆଣିବାକୁ ଯାଇଥିଲେ । ଦିନ ପ୍ରାୟ ୨ଟା ୩୦ ମିନିଟ୍ ରେ ଘରେ ପହଞ୍ଚିଲା ବେଳକୁ ଝିଅର ରକ୍ତ ଜୁଡୁବୁଡୁ ମୃତ ଦେହ ପଡିଥିଲା । ଘରେ ଟିଭି ଓ ଫ୍ୟାନ୍ ଚାଲିଥିଲା । ତାଙ୍କ ବେକକୁ ଧାରଆ ଅସ୍ରରେ ହଣାଜିବା ସହିତ ଶରୀରରେ ଏକାଧିକ ସ୍ଥାନରେ ହଣାଯାଇଥିଲା । ସୁନୀଲ ସଙ୍ଗେ ସଙ୍ଗେ ଅଟୋରେ ଝିଅକୁ ଧରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଲିଙ୍ଗରାଜ ପଣ୍ଡା, ବାରିପଦା
ଘରେ ପଶି ଯୁବତୀଙ୍କୁ ହତ୍ୟା
|
July 4, 2020 |