ବ୍ରହ୍ମପୁର, ୨୯/୦୫ (ସନ୍ଧାନ ନିଉଜ) ବ୍ରହ୍ମପୁରର ଏକ ଘରେ ନିଆଁଲାଗିଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବ୍ରହ୍ମପୁର କୋପରେଟିଭ୍ ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ଅଛନ୍ତି । ଭୋର ପ୍ରାୟ ୨ଟା ୧୫ରେ ବ୍ରହ୍ମପୁରର ଗୋଷାଣୀନୂଆ ଗାଁ ପାଣିଗ୍ରାହୀ ସାହିରେ ଏହି ଘଟଣା ଘଟିଛି ।
ଏସିରେ ନିଆଁଲାଗିଯିବା ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ନିଆଁ ଲାଗିଯିବା ଯୋଗୁଁ ଅଲେଖ ଚୌଧୁରୀ କିଛି ଲୋକଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ଓ ଅନ୍ୟ ଦୁଇଜଣ ଘର ଭିତରେ ଶ୍ୱାସରୁ୍ଦ୍ଧ ହୋଇଯାଇଥିଲେ ।
ମୃତ ଅନ୍ୟ ଦୁଇଜଣ ହେଲେ ୬୯ ବର୍ଷୀୟ ଭଗବାନ ପାତ୍ର ଓ ୧୯ ବର୍ଷିୟ ଯୁବକ ସୁନୀଲ ବେହେରା । ସଟ ସର୍କିଟ ଯୋଗୁଁ ଏସିରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।




