ଘରେ ଘରେ ଥଣ୍ଡା ଜ୍ୱର, ଚିନ୍ତାରେ ପରିବାର!

Spread the love

ରାଉରକେଲା, ୨୦/୦୯ (ସନ୍ଧାନ ନିଉଜ): ପାଣିପାଗ ଦିନକୁ ଦିନ ବଦଳିବା କାରଣରୁ ଏହାର ପ୍ରଭାବ ମନୁଷ୍ୟର ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଫଳସ୍ୱରୂପ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀରେ ଘରେ ଘରେ ଥଣ୍ଡା, ଜ୍ୱର ବଢିବାରେ ଲାଗିଛି । ବିଶେଷ କରି  ବୟସ୍କ, ଶିଶୁ ମାନେ ଏହାର ଶୀକାର ହେଉଛନ୍ତି । କରୋନା ମହାମାରୀ ଯୋଗୁ ଦକ୍ଷିଣ ରାଉରକେଲାର କିଛି କ୍ଲିନିକରେ ଡାକ୍ତର ରୋଗୀକୁ ନଛୁଇଁ  ଔଷଧ ପ୍ରେସ୍କାଇବ କରୁଛନ୍ତି! ସାରନଗରୀରେ କେବଳ ଏକ ମାତ୍ର ଇଏସଆଇ ହସ୍ପିଟାଲରେ ଗରିବ, ଖଟିଖିଆ ଶ୍ରମିକ ମାନଙ୍କୁ ଶରୀର ଅସୁସ୍ଥ ହେଲେ ନିର୍ଭର କରିବାକୁ ପଡ଼ୁଛି । ସାମାନ୍ୟ ଜ୍ୱର ହେଲେ, କରୋନାର ଭୟ ପରିବାର ମଧ୍ୟରେ ଭୀତ ସଂଚାର କରୁଛି । ସାରନଗରୀର କିଛି ବସ୍ତି ଅଂଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ଯୋଗୁ ମ୍ୟାଲେରିଆ ଜ୍ୱର ମଧ୍ୟ ନିଜ କାୟା ବିସ୍ତାର କରିଛି । ଦକ୍ଷିଣ ରାଉରକେଲା ସମେତ ଲାଠିକଟା ବ୍ଲକ ପଂଚାୟତ ବାସିନ୍ଦା ମାନେ ସ୍ୱାସ୍ଥ୍ୟ ସେବା ପାଇଁ ଲାଠିକଟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରାଉରକେଲା ସରକାରୀ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି ।

Related Posts

About The Author

Add Comment