ବରଗଡ, 13.01.2021(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):– ବରଗଡରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ନେଇ ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ ସଂହରାପଡ଼ାରେ ରହୁଥିବା ବ୍ୟବସାୟୀ ଅଙ୍କିତ ରେଖାନୀଙ୍କ ଘରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ପହଞ୍ଚି ଡକାୟତି କରିଥିଲେ । ଅଙ୍କିତଙ୍କ ସ୍ତ୍ରୀ ମାର୍କେଟିଂ ପାଇଁ ଘରୁ ବାହାରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ଏକୁଟିଆ ଥିବା ଅଙ୍କିତଙ୍କ ମା’ଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ତେବେ ଲୁଟ୍ ସମ୍ପତ୍ତିର ପରିମାଣ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଙ୍କିତ ରେଖାନୀ କହିଛନ୍ତି । ଏହି ଘଟଣାର ତଦନ୍ତ ଚାଲିଛି । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଫିଙ୍ଗରପ୍ରିଣ୍ଟ ନିଆଯିବ ଓ ଦୁର୍ବୃତ୍ତମାନେ ଖୁବ୍ ଶୀଘ୍ର ଧରାପଡିବେ ବୋଲି ବରଗଡ଼ ଏସପି ପଦ୍ମିନୀ ସାହୁ କହିଛନ୍ତି ।
ତାଜା ଖବର
- ୩୧ ବର୍ଷ ଧରି ହୋମିଓପାଥିକ ଚିକିତ୍ସା ରୁ ଅଞ୍ଚଳବାସୀ ବଞ୍ଚିତ
- ଧର୍ମଶାଳା ବ୍ଲକ୍ ରେ ଆନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ।
- ଅନ୍ତଦୋୟ ଗୃହ ଯୋଜନାରେ ଅନିୟମିତତା ଅଭିଯୋଗ, ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ।
- ସରସ୍ୱତୀ ଶିଶୁମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ।
- ମହୁଲ ଫୁଲ ସଂରକ୍ଷଣ ସହିତ ନିର୍ଦ୍ଧାରିତ ଦର ଓ ବଜାର ବ୍ୟବସ୍ଥା ଦାବି
- ଶ୍ମଶାନ ଜାଳେଣି ର ଅସୁବିଧାକୁ ନେଇ ଶ୍ମଶାନ ବନ୍ଧୁ ଓ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
- ସୁନ୍ଦରଗଡ ରେ କାଳବୈଶାଖୀ ର ପ୍ରଭାବ, କ୍ଷତିଗ୍ରସ୍ତ ହେଲେ ଅନେକ ପରିବାର ,ପରିଦର୍ଶନ କଲେ ଉପବାଚସ୍ପତି
- ସୁନ୍ଦରଗଡରେ ଖୋଲିଲା ବିଶାଳ ମେଗାମାର୍ଟ ର ନୂଆ ଶପିଂମୋଲ
- ପୋଖରୀ ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର।
- ତଳସରା SBI ଗ୍ରାମ ସେବା କେନ୍ଦ୍ରରେ ଚୋରି ଉଦ୍ୟମ