ଘରଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କ ସହ ୩ କନ୍ୟା ସନ୍ତାନର ମୃତଦେହ ଉଦ୍ଧାର
ଘରଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କ ସହ ୩ କନ୍ୟା ସନ୍ତାନର ମୃତଦେହ ଉଦ୍ଧାର
Manas Kumar Rout |
June 14, 2019 |

କେନ୍ଦୁଝର,୧୪/୬ (ସନ୍ଧାନ ନିୟୁଜ) ପହିଲି ହେଲା ରକ୍ତ ରଞ୍ଜିତ, ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କ ସହ ୩ କନ୍ୟା ସନ୍ତାନଙ୍କ ଉଦ୍ଧାର, ହତ୍ୟା ସନ୍ଦେହ। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉଲିବସା ଗ୍ରାମରେ ଦେଖିବାକୁ ମିଳିଛି। ଘର ଭିତରୁ ବାପାଙ୍କ ସହ ୩ଜଣ କନ୍ୟା ସନ୍ତାନଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ୩ ଶିଶୁଙ୍କୁ କେହି ପିଟି ପିଟି ମାରିଥିବା ସନ୍ଦେହ କରାଯାଉଛି। ଖବର ମୁତାବକ ଉଲିବସା ଗ୍ରାମର ଦୁର୍ଗା ସିଦ୍ଧୁ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ମୃତ୍ୟୁ ପରେ ମାନସିକ ଭାରସାମ୍ୟ ହରାଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଦୁର୍ଗା ନିଜର ତିନି ଝିଅଙ୍କ ଲାଳନ ପାଳନ କରୁଥିଲେ। ହେଲେ ରଜପର୍ବରେ କୌଣସି କାରଣରୁ ତାଙ୍କର ତିନି ଝିଅଙ୍କୁ ଘର ଭିତରେ ଏକ ବାଉଁଶ ବାଡିରେ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ନାବାଳିକାଙ୍କ ବୟସ ୬ ବର୍ଷରୁ ୯ ବର୍ଷ ମଧ୍ୟରେ ହୋଇଥିବା ବୋଲି ଜଣାପଡ଼ିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘଟଣା ଦେଖିବା ପରେ ଗ୍ରାମବାସୀ ଘଟଣା ବାବଦରେ ପୋଲିସକୁ ଖବରଦେଇଥିଲେ। ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
source- p das keonjhar
Related Posts
About The Author