ଘରକୁ ଫେରିଲେ ଟ୍ରେନ ଚାଳକ

Spread the love
ରାଉରକେଲା, ୧୩/୧୨ (ସନ୍ଧାନ ନିୟୁଜ) : ନିଖୋଜ ହେବାର 7 ଦିନ ପରେ ଫେରିଲେ ଟ୍ରେନ ଚାଳକ ଶିବଶକ୍ତି । ସେ ଡ୍ୟୁଟି ସମୟରୁ ହିଁ ନିଖୋଜ ଥିଲେ । ସେପଟେ ନିଖୋଜ ହୋଇଥିବା ଜାଣି ତାଙ୍କ ସ୍ତ୍ରୀଙ୍କ ଏତଲା ପାଇବା ପରେ ପୋଲିସ ମାମଲାର ତଦନ୍ତ କରୁଥିଲା ।  ଗତ 4 ତାରିଖରେ ସେ ରାଉରକେଲା ରେଳ ଷ୍ଟେସନରୁ ମାଲଗାଡି ନେଇ ବ୍ରଜରାଜନଗର ଯାଇଥିଲେ । ତା ପରଠାରୁ ତାଙ୍କ କିଛି ଖୋଜଖବର ନଥିଲା । 6 ତାରିଖ ଦିନ ରାଉରକେଲା ରେଳ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତାଙ୍କୁ ଖୋଜିବା ଆରମ୍ଭ କରିଥିଲା ।

ତାଙ୍କ ପତ୍ନୀଙ୍କ କହିବା କଥା ମୋବାଇଲ ବନ୍ଦ ଥିଲା ମାତ୍ର ଶନିବାର ରାତି ପର୍ଯ୍ୟନ୍ତ ସୋସିଆଲ ମିଡିଆ ହ୍ବାଟସ ଆପର ମେସେଜ ଦେଉଥିଲେ । କିନ୍ତୁ ଫୋନ କଲେ ଉଠାଉନଥିଲେ । ଏଥିପାଇଁ ତାଙ୍କ ପତ୍ନୀଙ୍କୁ ସନ୍ଦେହ ହୋଇଥିଲା । ପରେ ପୋଲିସକୁ ସେ ଖବର ଦେଇଥିଲେ ।ନିଖୋଜ ମାଲଗାଡି ଟ୍ରେନ ଚାଳକକୁ ଖୋଜିବା ରେଳ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବାରୁ ବିଭାଗ ତରଫରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଥିଲା ।

Related Posts

About The Author

Add Comment