ଘଟୋଲାର ବଡବାପା ସାଜିଛି ଚଣ୍ଡିଖୋଲ ଗ୍ରାମ ଉନ୍ନୟନ ବିଭାଗ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା ଏବେ କେଉଁଠି, ଗେଷ୍ଟ ହାଉାସ ଓ ଷ୍ଟାଫ କ୍ୱାର୍ଟର ଭୂତକୋଠି

Spread the love

ଚଣ୍ଡିଖୋଲ, ୪/୧୨(ସଂନ୍ଧାନ ନିୟୁଜ/ମାନସ ରାଉତ)-ଜାରକା ଡିଭିଜନ ଅଧରନସ୍ଥ ଚଣ୍ଡିଖୋଲ ଗ୍ରାମ ଉନ୍ନୟନ ସବଡିଭିଜନରେ ଦୁର୍ନୀତିର ଚେର ଲମ୍ବି ଲମ୍ବି ଯାଇଛି । ବିଭାଗୀୟ ଅଧିନରେ ନିର୍ମାଣ ହୋଇଥିବା ରାସ୍ତା ଠାରୁ ଗୃହ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାମାନ ଧିରେ ଧିରେ ପର୍ଦ୍ଦାପାସ ହେବାକୁ ଲାଗିଛି । ସବଡିଭିଜନ କାର୍ଯ୍ୟାଳୟ ନିକଟରେ ବିଭାଗ ପକ୍ଷରୁ ପ୍ରାୟ ୩୦ଲକ୍ଷ ଟଙ୍କା ବ୍ୟୟରେ ଏକ ଗେଷ୍ଟ ହାଉସ ନିର୍ମାଣ କରାଯାଇଥିଲା । ତତକାଳୀନ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ସ୍ଥାନୀୟ ବୀଧାୟକ ଅମର ପ୍ରସାଦ ଶତପଥି ଖୁବ ଧୁମଧାମରେ ଶିଳାନ୍ୟାସ ସହ ଉଦଘାଟନ କରିଥିଲେ । ମାତ୍ର ଏହି ଗେଷ୍ଟ ହାଉସର ବ୍ୟବହାର ଓ ରକ୍ଷାଣ ବେକ୍ଷାଣ ଅଭାବରୁ ଘରର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯିବା ସହ ସିଲିଂ ମଧ୍ୟ ଗଳି ପଡିଲାଣି । ଘର ଚାରିପଟରେ ଅନାବାନା ଗଛ ଉଠିବା ସହିତ ସେଠାରେ ସରୀସୃପ ବାସ କରିବାକୁ ଲାଗିଲେଣି । ଏହାର ବାହାରେ ଓ ବାରଣ୍ଡାରେ ଅସାମାଜିକ ଲୋକଙ୍କ ଆଡାସ୍ଥଳ ପାଲଟିଛି । ଏହି ଗେଷ୍ଟ ହାଉସର ବ୍ୟବହାର ହେଉ ନଥିବା ବେଳେ ପୁଣି ସେହି କୋଠା ଉପରେ ଉପର ମାହାଲା ନିମାର୍ଣ ଏବେ ଚାଲିଛି । ଏହା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥି ସହିତ ସହକାରୀ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ପାଇଁ ସେଠାରେ ୪ଟି ବସାଘର ନିର୍ମାଣ କରାଯାଇଛି । ଗୋଟିଏ ଘର ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଅନ୍ୟ ୩ଟି ଘର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚି ଥିଲା ବେଳେ ଠିକାଦାର ମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରା ନଯାଇଥିବାରୁ ଏହା ଅସମ୍ପୂର୍ଣ୍ଣ ରହିଛି । ସେହି କ୍ୱାଟର ଗୁଡିକୁ ପୂର୍ଣ୍ଣାଙ୍ଗ କରାଯାଉ ନଥିବା ଯୋଗୁ ତାହା ବ୍ୟବହାର ଉପ ଯୋଗୀ ହେଇ ପାରୁ ନାହିଁ କିମ୍ବା ଯେଉଁ ଘରଟି ସମ୍ପୂର୍ଣ୍ଣ ହୋଇଛି ତାହାକୁ କେହି ବ୍ୟବହାର କରୁ ନାହାନ୍ତି । ବସାଘର ନିର୍ମାଣ ପୁର୍ବରୁ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗୀ କରଣ ପାଇଁ ବ୍ୟବସ୍ଥା କରାଯାଇଥାଏ, ମାତ୍ର ଏହି କଲୋନୀକୁ ବିଦ୍ୟୁତ ଓ ଜଳ ଯୋଗାଣର କୌଣସି ବ୍ୟବସ୍ଥା କରାଯାଇ ନାହିଁ । ପୁଣି ସେହି ଗେଷ୍ଟ ହାଉସ ଓ ଷ୍ଟାଫ କ୍ୱାର୍ଟରକୁ ଯାତାୟତ କରିବା ପାଇଁ ନୂଆକରି ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ପାଇଁ ବିଭାଗ ପକ୍ଷରୁ ବିନା ଟେଣ୍ଡରେ ପ୍ରାୟ ୨୦ ଲକ୍ଷଟଙ୍କା ବ୍ୟୟ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ନିର୍ମାଣର ପ୍ରଣାଳୀ ଠିକ ନଥିବାରୁ ମାତ୍ର ଦୁଇ ଚାରି ମାସ ପରେ ରାସ୍ତାରୁ ପିଚୁ ଉଠିଯିବା ସହିତ ମାଟି ଦବି ଖାଲ ହୋଇଯାଇଛି ଏବଂ ପିଚୁ ଅଦୃଶ୍ୟ ହେବା ସହ ରାସ୍ତାଟି କେବଳ ମାଟିରେ ପରିଣିତ ହୋଇଯାଇଛି । ଗେଷ୍ଟ ହାଉସ ଚାରିପଟ ପରି କଲୋନୀର ଚାରିପଟେ ଗଛ ଉଠି ବଣ ପାଲଟି ଗଲାଣି । ତେବେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣାଧିନ ଆର.ଡି.କଲୋନୀ ଓ ଗେଷ୍ଟ ହାଉସ ଏବେ ଭୂତ କୋଠୀରେ ପରିଣତ ହେବାକୁ ବସିଲାଣି । ଭିତ୍ତିଭୂମି ସୃଷ୍ଟି କରା ନଯାଇ କାହା ସ୍ୱାର୍ଥରେ କେବଳ କୋଠାଘର ଗୁଡିଏ ତିଆରି କରାଯାଉଛି ସେଥି ନେଇ ସାଧାରଣରେ ଅଭିଯୋଗ ହେଉଛି । ଉଚ୍ଚ କତ୍ତୃପକ୍ଷ ଏଥି ନେଇ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

Related Posts

About The Author

Add Comment