ଘଟଗାଁ: ମାଈ ହରିଣର ମୃତ ଦେହକୁ ଉଦ୍ଧାର

Spread the love

ଘଟଗାଁ, ୫/୫ (ସନ୍ଧାନ ନିୟୁଜ)- ଘଟଗାଁ ବନାଚଂଳ ଅଧିନସ୍ଥ ସୋଭାଗ୍ୟନଗର ଶିଶୁମନ୍ଦିର ନିକଟରୁ ଆଜି ଏକ କ୍ଷତ ବିକ୍ଷତ ମାଈ ହରିଣ ମୃତ ଦେହକୁ ବନବିଭାଗ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାଇ ଆଜି ପାଖପାଖି ୧୧ଘଟିକା ସମୟ ରେ ଘଟଗାଁ ସନ୍ନିକଟ ସୋଭାଗ୍ୟନଗର ଶିଶୁମନ୍ଦିର ନିକଟରେ ମୁର୍ମୁଶୁ ଅବସ୍ଥାରେ ଏକ ହରିଣ ପଡିଥିବାର ସ୍ଥାନୀୟ ଅଂଚଳର କିଛି ଯୁବକ ଦେଖିବାକୁ ପାଇ ବନବିଭିଗକୁ ଖବର ଦେଇଥିଲେ। ଖବର ପାଇ ଘଟଗାଁ ବନବିଭାଗର ଫରେଷ୍ଟଗାର୍ଡ ଖଗେଶ୍ୱର ରାଉତ ଓ ପୁଷ୍ପଲତା ମହାନ୍ତ ଘଟଣା ସ୍ଥଳକୁ ଯାଇ ହରିଟିକୁ ଉଦ୍ଧାର କରିଥିଲେ ମାତ୍ର ସେତେ ବେଳକୁ ହରିଣଟିର ମୃତ୍ୟୁ ହୋଇସାରିଥିଲା। ତେବେ ହରିଣଟିର ଗୋଡ ପାଖରେ ଗଭିର କ୍ଷତ ଚିହ୍ନ ଥିବା ଶୀକାରି ମାନେ ହରିଣଟକୁ ଶୀକାର ଉଦେଶ୍ୟରେ ତୀର ମାଡ କରିଥିବା ସନେ୍ଧହ କରାଯାଉଛି। ହରିଣର ମୃତ ଦେହକୁ ବନିବିଭାଗ କାର୍ଯ୍ୟଳୟକୁ ଆଣି ବ୍ୟବଚ୍ଛେଦ ପରେ କାର୍ଯ୍ୟଳୟ ପରିସରରେ ପୋତି ଦିଆଯାଇଛି। ଅନ୍ୟ ପଟେ ଘଟଗାଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଶହ ଶହ ହରିଣ ରହୁଥିବା ବେଳେ ପାନିୟ ଜଳର ଅଭାବ ହେଉ କିମ୍ବା ଶୀକାରୀ ହାବୁଡା ପଡି ଏମାନଙ୍କ ସଂଖ୍ୟ ଦିନକୁ ଦିନ କମିବାରେ ଲାଗିଛି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Report- S Behera , Gatanga

Related Posts

About The Author

Add Comment