ଘଞ୍ଚ ଜଙ୍ଗଲ ମଧ୍ୟରେ ଜମିଛି ଦେଶୀ ମଦ ଭାଟିର ଆସର, ପୋଲିସର ଚଢାଉ ପରେ ଚମ୍ପଟ ମାରିଲେ ବ୍ୟବସାୟୀ

Spread the love
କାମାକ୍ଷାନଗର ,୦୨/୧୦ (ସନ୍ଧାନ ନିଉଜ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଥିବା  ବିଭିନ୍ନ ମଦ ଭାଟିରେ ପୋଲିସ ଚଢାଉ କରିଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଜମିଛି ଗୋଟିଏ ପରେ ଗୋଟିଏ ବେଆଇନ ମଦ ଭାଟିର ଆସର ଯାହାକୁ ଭାଙ୍ଗିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା ପ୍ରାୟ ୫୦ରୁ ଅଧିକ ଦେଶୀ ମଦ ତିଆରି ଭାଟିରେ ଚଢାଉ କରିଛି ପରଜଙ୍ଗ ପୋଲିସ।

ସେଥିମଧ୍ୟରୁ ୧୬ ଟି ଭାଟିକୁ ଭାଙ୍ଗି ଚୁରମାର କରିଛି ପୋଲିସ।ପ୍ରାୟ ୫୦ ହଜାର ଲିଟରରୁ ଉର୍ଦ୍ଧ୍ୱ ମହୁଲ ପୋଚ,୩୦୦ ଲିଟର ଦେଶୀ ମଦ,୧୦ଲିଟର ସ୍ପିରିଟ,୬ ଟନରୁ ଉର୍ଦ୍ଧ୍ୱ କୋଇଲା ଏବଂ ବ୍ୟାପକ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ।

ଏହି ଚଢାଉ ସମୟରେ ଅସାଧୁ ମଦ ବ୍ୟବସାୟୀ ମାନେ ଚମ୍ପଟ ମାରିଛନ୍ତି । ତଥାପି ପୋଲିସ ସେମାନଙ୍କ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି । ଖୁବ୍ ଶିଘ୍ର ସେମାନେ ଧରାପଡ଼ିବେ ବୋଲି ସୂଚନା ମିଳିଛି।

Related Posts

About The Author

Add Comment