ଗ୍ୟାସ ଗାଡି ଦୁର୍ଘଟଣା ରେ ମୃତ ଓ ଆହତ ଅଙ୍ଗନବାଡ଼ି କର୍ମଚାରୀ ଙ୍କ ପରିବାର କୁ ସାହାଯ୍ୟ ପାଇଁ ବି ଏମ୍ ଏସ ସ°ଗଠନ ତରଫରୁ ଦାବି ପତ୍ର

Spread the love

ରାଇରଙ୍ଗପୁର-୩୦/୯/୨୦(ସନ୍ଧାନ ନ୍ୟୁଜ୍/ପରେଶ ଚନ୍ଦ୍ର ଷଡଙ୍ଗୀ) :ଗତ୨୮/୯/୨୦ଦିନବିଶୋଇ ଥାନା ଅନ୍ତର୍ଗତ ସାନ୍ନା ଛକରେ ଅଙ୍ଗନବାଡ଼ି କେନ୍ଦ୍ରର ବୈଠକ ସାରି ଘରକୁ ଫେରିବା କୁ ଅପେକ୍ଷା ରତ ଅଙ୍ଗନବାଡ଼ି ଦିଦି ଙ୍କୁ ଧକ୍କା ଦେଇଥିଲା ଇଣ୍ଡେନ ଗ୍ୟାସ୍ ଗାଡି । ଦୁର୍ଘଟଣା ରେ ଅଙ୍ଗନବାଡ଼ି ଦିଦି ସାବିତ୍ରୀ ମୁଣ୍ଡା ଏବ°ତାଙ୍କ ସ୍ବାମୀ ସୁକୁରା ମୁଣ୍ଡା ଙ୍କ ମୃତ୍ୟୁ ହୋଇଥିବା ବେଳେ ଅଙ୍ଗନବାଡ଼ି ଦିଦି ନିରୁପମା ହେମ୍ବ୍ରମ ଗୁରୁତର ଅବସ୍ଥାରେ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜରେ ଜୀବନ ସହିତ ସ°ଘର୍ଷ କରୁଛନ୍ତି । ଭାରତୀୟ ମଜଦୁର ସ°ଘସହ ବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ଓଆର କରର୍ସ ମୟୂରଭଞ୍ଜ ଜିଲ୍ଲା ଶାଖା ବିଶୋୟ ବ୍ଲକ ର ସଦସ୍ୟ ବୃନ୍ଦ ଏହି ଦୁଇ ଅଙ୍ଗନବାଡ଼ି ଦିଦି। ମୃତ ସାବିତ୍ରୀ ଙ୍କର ଦୁଇ ପୁଅ ଦୁଇ ଝିଅ ଅଛନ୍ତି । ଘରକୁ ରଜୋଗାରିଆ ବ୍ୟକ୍ତି କେହି ନାହିଁ ।ଚିନ୍ତାରେ ପରିବାର ଲୋକେ ।

Related Posts

About The Author

Add Comment