ଗ୍ୟାଙ୍ଗ ରେପ ଘଟଣା ୩ ଜଣଙ୍କ ବିରୋଧରେ ଅଭିଯୋଗ କଲେ ମହିଳା

Spread the love

କେନ୍ଦ୍ରାପଡା, ୧୧/୪ (ସନ୍ଧାନ ନିୟୁଜ)  ଏକ ଗ୍ୟାଙ୍ଗ ରେପ ଘଟଣାରେ ଜନୈକ ମହିଳା ୩ ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ଧୁମାତ ବାଲିଆ ଜୋରି ଗ୍ରାମର ପିଡିତା ମହିଳା ଅଭିଯୋଗ କରିଛନ୍ତି ଯେ ଇନ୍ଦୁପୁରରେ ବାରେଣୀ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ଗଦାଧର ଦାସ, ଗଣେଶ୍ୱର ଜେନା, ବାଇଧର ଜେନା ପ୍ରମୁଖ ସଂପୃକ୍ତ ମହିଳା ଜଣକୁ ତାଙ୍କ ପୁଅ ଅତ୍ୟଧିକ ମଦ୍ୟ ପାନ କରି ବଡବନ୍ଧ ତଳେ ପଡିଯାଇଛି ବୋଲି କହି ତାଙ୍କୁ ସାଙ୍ଗରେ ନେଇଯାଇଥିଲେ। ପରେ ମହିଳା ଜଣକୁ ଏକୁଟିଆ ପାଇ ଅଭିଯୁକ୍ତ ମାନେ ଜଣକ ପରେ ଜଣେ ବଳାକ୍ରାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ସେହି ଅଭିଯୋଗକୁ ଭିତ୍ତି କରି ନିକିରାଇ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି।

Related Posts

About The Author

Add Comment