ଗ୍ୟାଙ୍ଗଷ୍ଟାର ସେକ୍ ହାଇଦର ଅଲ୍ଲୀର ପୁଅ ମୁନ୍ନାକୁ ଆଜୀବନ କାରାଦଣ୍ଡ; ଜେଲରେ ସଢ଼ିବା ଏଥର

Spread the love

ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡ଼ିଶା): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସେକ୍ ହାଇଦର ଅଲ୍ଲୀର ପୁଅ ସେକ୍ କାଦିର ଓରଫ୍ ମୁନ୍ନାକୁ ଆଜୀବନ କାରାଦଣ୍ଡ । ହାଇଦର ଭଳି ହାଇଦର ଦୁଇ ପୁଅ ମଧ୍ୟ ବହୁ ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଆସିଛନ୍ତି ।  ଦାଦାବଟି ଆଦାୟଠୁ ନେଇ ହତ୍ୟା ଓ ଅପହରଣ ଭଳି ବଡ଼ ବଡ଼ ଅପରାଧରେ ଲିପ୍ତ ଥିବା ମୁନ୍ନାକୁ ଆଜି କେନ୍ଦ୍ରାପଡା ଜିଲ୍ଲା ଜଜ୍ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଆଳିର ଜଣେ ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜିଲ୍ଲା ଜଜ୍ ଏହି ରାୟ ଶୁଣାଇଛନ୍ତି ।

ଦୁଇ ମାସ ତଳେ କଟକ ବଡ ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ହାଇଦର ଫେରାର ହୋଇଯିବା ଘଟଣାରେ ମଧ୍ୟ ମୁନ୍ନାର ହାତ ରହିଥିବା ସନ୍ଦେହ କରାଯାଉଥିଲା । ମାତ୍ର ଏକ କେସ୍ ରେ ମୁନ୍ନା ଜେଲ ରେ ରହିଥିବାରୁ ସେ ଦିଗରେ ପୋଲିସ୍ ହାତରେ କୌଣସି ପ୍ରମାଣ ଲାଗିନଥିଲା । ହାଇଦର ଭଳି ହାଇଦରର ପୁଅ ମଧ୍ୟ ଜେଲରେ ରହି ବହୁ ବଡ଼ ବଡ଼ ଅପରାଧକୁ ଅତି ସହଜରେ ଅପୋରେଟ୍ କରୁଥିବାର ଅଭିଯୋଗ ରହିଥିଲା । ଜେଲ ବାହାରେ ଏମାନଙ୍କ ସାମ୍ରାଜ୍ୟ ଏବେବି ସକ୍ରିୟ ରହିଛି ଯାହା ବର୍ତ୍ତମାନ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି ।

Related Posts

About The Author

Add Comment